ଭୁବନେଶ୍ୱର,୧।୧୧(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସଙ୍କୁ ବିଭାଗର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କୁମାର ନାୟକ ଶନିବାର ଅବସର ଗ୍ରହଣ କରିଥିବାରୁ ଏହି ପଦରେ ସ୍ଥାୟୀ ନିଯୁକ୍ତି ପର୍ଯ୍ୟନ୍ତ ଅତିରିକ୍ତ ସଚିବ ଦାସ ଦାୟିତ୍ୱ ସମ୍ଭାଳିବେ। ଏଥିସହ ତାଙ୍କୁ ମଧ୍ୟ ଓଡ଼ିଆ ଭାଷା ପ୍ରତିଷ୍ଠାନର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।