ସଂସ୍କୃତି ବିଭାଗ ସଚିବ ହେଲେ ରଞ୍ଜନ କୁମାର ଦାସ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆଇଏଏସ ରଞ୍ଜନ କୁମାର ଦାସ ବିଭାଗର ସଚିବ ଭାବେ କାର୍ଯ୍ୟ କରିବେ। ଏ ନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ତେବେ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପକ୍ଷରୁ ଜାରି ହୋଇଛି।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁରେଶ କୁମାର ଦଳେଇଙ୍କୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଭାବେ ସମ୍ବଲପୁର ବଦଳି କରାଯାଇଛି। ତାଙ୍କ ସ୍ଥାନରେ ରଞ୍ଜନଙ୍କୁ ବିଭାଗର ଦାୟିତ୍ୱ ତୁଲାଇବାକୁ କୁହାଯାଇଛି। ସେ ଏବେ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

Share