Posted inଖେଳ

ରଣଜୀ କ୍ରିକେଟରଙ୍କୁ ମନ ଦେଇ ବସିଲେ ବେଦା

ନୂଆଦିଲ୍ଲୀ,୧୨।୯: ଭାରତୀୟ କ୍ରିକେଟର ବେଦା କ୍ରିଷ୍ଣାମୂର୍ତ୍ତି ଗତ କିଛି ଦିନ ହେବ ଦଳରୁ ବାଦ୍‌ ପଡିଛନ୍ତି। ସେ ଏବେ ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଖୁବ୍‌ଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି। ବେଦା ନିଜେ ସୋସିଆଲ ମିଡିଆରେ ଏହା ପ୍ରକାଶ କରିଛନ୍ତି।
ବେଦା ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରିଛନ୍ତି। ଏଥିରେ ସେ ତାଙ୍କ ପ୍ରେମିକ ଅର୍ଜୁନ ହୋଏସାଲାଙ୍କ ସହ ନଜର ଆସିଛନ୍ତି। କଶ୍ମୀରର ଏକ ପର୍ବତ ଉପରେ ଅର୍ଜୁନ ଆଣ୍ଠୁ ମାଡି ବେଦାଙ୍କୁ ପ୍ରପୋଜ କରୁଥିବା ଦେଖାଯାଇଛି।
ବେଦାଙ୍କ ପ୍ରେମିକ ଅର୍ଜୁନ ମଧ୍ୟ ଜଣେ କ୍ରିକେଟର। ସେ ଘରୋଇ କ୍ରିକେଟରେ କର୍ନାଟକ ପାଇଁ ଖେଳନ୍ତି। ସେ ୨୦୧୬ରେ ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିଥିଲେ। ଅର୍ଜୁନ ମଧ୍ୟ ବେଦାଙ୍କ ଭଳି ଜଣେ ବ୍ୟାଟ୍ସମ୍ୟାନ। ତେବେ ସେ ଏପର୍ଯ୍ୟନ୍ତ ଆଇପିଏଲରେ କିମ୍ବା ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିବାରେ ସକ୍ଷମ ହୋଇ ନାହାଁନ୍ତି। ୩୨ ବର୍ଷୀୟ ଅର୍ଜୁନ ୨୦୧୯ କର୍ନାଟକ ପ୍ରିମିୟର ଲିଗରେ ଶିବମୋଗା ଲାଏନ୍ସ ପାଇଁ ଖେଳିଥିଲେ।
ଗତ କିଛି ବର୍ଷ ବେଦା କ୍ରିଷ୍ଣାମୂର୍ତ୍ତିଙ୍କ ପାଇଁ ଭଲ ନ ଥିଲା। ସେ ଦଳରୁ ବାଦ୍‌ ପଡିଥିଲେ। ତାଙ୍କ ପରିବାର ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ୨୦୨୧ରେ, କରୋନାର ଦ୍ୱିତୀୟ ଲହରରେ ସେ ଉଭୟ ମା’ ଏବଂ ଭଉଣୀଙ୍କୁ ହରାଇଥିଲେ। ଏହା ବେଦାଙ୍କ ଉପରେ ବହୁତ ପ୍ରଭାବ ପକାଇଥିଲା।
ବେଦା ମାତ୍ର ୧୮ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ଏହି ସମୟ ମଧ୍ୟରେ ସେ ନିଜ ଦେଶ ପାଇଁ ୪୮ଟି ଦିନିକିଆ ଏବଂ ୭୬ ଟି-୨୦ ମ୍ୟାଚ ଖେଳିଥିଲେ। ତାଙ୍କ ନାମରେ ୧୦ ଅର୍ଦ୍ଧଶତକ ଅଛି। କିନ୍ତୁ ଏପର୍ଯ୍ୟନ୍ତ ଗୋଟିଏ ଶତକ ସ୍କୋର କରିବାରେ ସକ୍ଷମ ହୋଇ ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୁମା କ୍ୟୁରେସିଙ୍କୁ ବିବାହ କଲେ ଶିଖର ଧାଓ୍ବନ!

ନୂଆଦିଲ୍ଲୀ,୧।୧: ଭାରତୀୟ କ୍ରିକେଟର ଶିଖର ଧାଓ୍ବନ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ। ଗତ ବର୍ଷ କ୍ରିକେଟରଙ୍କ ଛାଡ଼ପତ୍ର ହେବା ପରେ ସେ ଏକାକୀ...

ବର୍ଷ ଆରମ୍ଭରୁ ଇତିହାସ ରଚିଲେ ଜସପ୍ରିତ ବୁମ୍‌ରା, ଆଜି ଯାଏ ଯାହା ଭାରତୀୟ କ୍ରିକେଟରେ କେବେ ବି…

ନୂଆଦିଲ୍ଲୀ,୧।୧: ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ବର୍ଡର ଗାଭାସ୍କର ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ସେ ଏହି ସିରିଜରେ ସର୍ବାଧିକ ୱିକେଟ ନେଇଥିବା...

୨୦୨୫ରେ ରୋହିତ-ବିରାଟଙ୍କୁ ବଡ଼ ଝଟ୍‌କା ଦେବ BCCI? ହୋଇପାରେ କୋଟି କୋଟି ଟଙ୍କାର କ୍ଷତି, ଏହି ଖେଳାଳି ପାଇବେ ଲାଭ…

ନୂଆଦିଲ୍ଲୀ,୧।୧: ଟିମ୍‌ ଇଣ୍ଡିଆ ଲାଗି ବର୍ଷ ୨୦୨୪ ବେଶ ରୋମାଞ୍ଚକର ଥିଲା। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ଭେଟେରାନ ଏହି ବର୍ଷ ଫିକା...

୨୦୨୪ର ସର୍ବଶ୍ରେଷ୍ଠ ଟେଷ୍ଟ-୧୧ ଘୋଷଣା: ଦଳରେ ସ୍ଥାନ ପାଇଲେ ଭାରତର ୨ ଖେଳାଳି

ନୂଆଦିଲ୍ଲୀ,୧।୧: ୨୦୨୪ର ସର୍ବଶ୍ରେଷ୍ଠ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଏବଂ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ ସ୍ଥାନ...

ଗମ୍ଭୀର, ରୋହିତ ଶର୍ମାଙ୍କୁ ଟ୍ୟୁସନ୍ କରିବ ବିସିସିଆଇ; ଅଶ୍ବିନୀଙ୍କ ଅବସର ପାଲଟିବ ହଟ୍ ଟପିକ୍

ନୂଆଦିଲ୍ଳୀ,୧।୧: ୨୦୨୪ ବର୍ଷ ଭାରତୀୟ କ୍ରିକେଟ୍ ଦଳ ପାଇଁ ନୈରାଶ୍ୟଜନକ ଫଳାଫଳ ସହିତ ଶେଷ ହୋଇଛି। ଯାହା ଫଳରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଯୋଗ୍ୟତା...

ଥ୍ୟାଙ୍କ୍‌ ୟୁ….ପରାଜୟ ପରେ ରୋହିତ ଶର୍ମାଙ୍କ ପୋଷ୍ଟ ହେଉଛି ଭାଇରାଲ୍‌

ନୂଆଦିଲ୍ଳୀ,୧।୧: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ଖେଳୁଥିବା ଟିମ ଇଣ୍ଡିଆକୁ ମେଲବୋର୍ନରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ପରାଜୟ ପରେ ଅଧିନାୟକ...

ଭାରତର ପରାଜୟ ପରେ ଫିଟିଲା ଗୁମର: ଗମ୍ଭୀରଙ୍କ କଥା ଣୁଣି ନ ଥିଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୧।୧: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମତ ଚୟନକର୍ତ୍ତାଙ୍କ ଶୁଣିନାହାନ୍ତି। ଚୟନକର୍ତ୍ତାମାନେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ପାଇଁ ଅଧିକାଂଶ ଯୁବ ଖେଳାଳିଙ୍କ...

ବୁମ୍‌ରା ହେଲେ ଟେଷ୍ଟ ଟିମ୍‌ର ଅଧିନାୟକ, ମେଲବର୍ନ ଟେଷ୍ଟ ପରେ ବଡ଼ ଘୋଷଣା…

ନୂଆଦିଲ୍ଲୀ,୩୧।୧୨: ମେଲବର୍ନ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ପରାଜୟ ପରେ ଅଧିନାୟକ ରୋହିତ ଶର୍ମାକୁ ହଟାଇବାକୁ ଲଗାତାର ଦାବି ହେଉଛି। ତାଙ୍କ ସ୍ଥାନରେ ଷ୍ଟାର ଦ୍ରୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri