Categories: ଖେଳ

ବିସିସିଆଇ କଠୋର ହେବା ପରେ ରଣଜୀ ଖେଳିବେ ବୋଲି ହଁ ଭରିଲେ ଶ୍ରେୟସ, ସେମିଫାଇନାଲରେ…

ନୂଆଦିଲ୍ଲୀ,୧।୩: ରଣଜୀ ଟ୍ରଫି ଟୁର୍ନାମେଣ୍ଟ ୨୦୨୪ର ସେମିଫାଇନାଲରେ ଅଜିଙ୍କ୍ୟ ରାହାନେ ଅଧିନାୟକ ଥିବା ମୁମ୍ବାଇ ଟିମ୍‌ ପହଞ୍ଚିଛି। ଏବେ ସେମିଫାଇନାଲରେ ମୁମ୍ବାଇର ମୁକାବିଲା ତାମିଲନାଡ଼ୁ ସହ ହେବ। ଶନିବାର ଅର୍ଥାତ ମାର୍ଚ୍ଚ ୨ରୁ ଏହାର ଆରମ୍ଭ ହେବ। ତେବେ ଏହି ମୁକାବିଲାରେ ଶ୍ରେୟସ ଆୟାର ଖେଳୁଥିବା ନଜର ଆସିବେ। ନିକଟରେ ବିସିସିଆଇ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନସ୍ବରୂପ ବାର୍ଷିକ ଅନୁବନ୍ଧରୁ ବାଦ୍‌ ଦିଆଯାଇଥିଲା। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ୍‌ ପଡ଼ିବା ପରେ ରଣଜୀ ଖେଳି ନ ଥିବାରୁ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହାପରେ ଏବେ ଶ୍ରେୟସ ରଣଜୀ ଖେଳିବା ଉଚିତ ବୋଲି ଭାବିଛନ୍ତି। ସେ ସେମିଫାଇନାଲ ମୁକାବିଲାରେ ଦଳକୁ ବିଜେତା କରାଇବେ ବୋଲି ଆଶା କରାଯାଉଛି।

Share