Categories: ବାଣିଜ୍ୟ

ରଞ୍ଜିତ ରଥ ଅଏଲ ଇଣ୍ଡିଆ ସିଏମ୍‌ଡି

ନୂଆଦିଲ୍ଲୀ, ୪ା୮: ଦେଶର ଦ୍ୱିତୀୟ ବୃହତ୍ତମ ତୈଳ ଓ ବାଷ୍ପ ଉତ୍ପାଦନକାରୀ ସଂସ୍ଥା ଅଏଲ ଇଣ୍ଡିଆର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ରଞ୍ଜିତ ରଥ ନିଯୁକ୍ତି ପାଇଛନ୍ତି। ଆଇଆଇଟି ବମ୍ବେ, ଆଇଆଇଟି ଖଡଗପୁର ଓ ଉତ୍କଳ ୟୁନିଭର୍ସିଟିର ପୂର୍ବତନ ଛାତ୍ର ରଞ୍ଜିତ ଜଣେ ଭୂ-ବୈଜ୍ଞାନିକ।

୫୦ ବର୍ଷୀୟ ରଞ୍ଜିତ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଥିବା ନେଇ ଏହି ସରକାରୀ ଉଦ୍ୟୋଗ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ପୂର୍ବରୁ ସେ ମିନେରାଲ ଏକ୍ସପ୍ଲୋରେଶନ କର୍ପୋରେଶନ ଲିମିଟେଡ୍‌ (ଏମ୍‌ଇସିଏଲ୍‌) ସିଏମ୍‌ଡି ଭାବେ କାର୍ଯ୍ୟ କରିଥିଲେ। କେନ୍ଦ୍ର ସରକାର ଗତ ମାର୍ଚ୍ଚରେ ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଥିଲେ। ଜୁନ୍‌ ୩୦ରେ ସିଏମ୍‌ଡି ପଦରୁ ଅବସର ନେଇଥିବା ସୁଶୀଲ ଚନ୍ଦ୍ରଙ୍କ ସ୍ଥାନରେ ତାଙ୍କୁ ଅବସ୍ଥାପିତ କରାଯାଇଛି।

Share