Categories: ଜାତୀୟ

ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ୭ କୋଟି ଟଙ୍କା ପୁରସ୍କାର

ପୁଣେ,୪।୧୨: ମହାରାଷ୍ଟ୍ରର ସୋଲାପୁର ଜିଲା ପରିଷଦ ବିଦ୍ୟାଳୟର ଜଣେ ପ୍ରାଥମିକ ଶିକ୍ଷକଙ୍କୁ ୭ କୋଟି ଟଙ୍କା ପୁରସ୍କାର ମିଳିଛି। ଶିକ୍ଷକ ରଞ୍ଜିତ ସିଂ ଡିସଲେ ଗ୍ଲୋବାଲ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ଏହି ପୁରସ୍କାର ସ୍ବରୂପ ତାଙ୍କୁ ୭କୋଟି ଟଙ୍କା ରାଶି ମିଳିଛି। ପ୍ରଥମ ଥର ପାଇଁ ଜଣେ ଭାରତୀୟ ବିଶ୍ୱରର ସର୍ବଶ୍ରେଷ୍ଠ ଶିକ୍ଷକ ହେବାର ଗୌରବ ଅର୍ଜନ କରିଛନ୍ତି। ପ୍ରଥମ ଭାରତୀୟ ଭାବେ ୟୁନେସ୍କୋ ଏବଂ ଲଣ୍ଡନ ସ୍ଥିତ ୱାର୍କିଂ ଫାଉଣ୍ଡେସନ ଦ୍ୱାରା ଦିଆଯାଇଥିବା ଗ୍ଲୋବାଲ ଶିକ୍ଷକ ପୁରସ୍କାର ଗୁରୁବାର ଡିସେମ୍ବର ୩ରେ ଘୋଷଣା କରାଯାଇଥିଲା। ଏହି ପୁରସ୍କାର ସୋଲାପୁର ଜିଲାର ପ୍ୟାରୀଭାଡି ଜିଲା ପରିଷଦ ବିଦ୍ୟାଳୟର ଶିକ୍ଷକ ରଞ୍ଜିତ ସିଂ ଡିସଲେ ପୁରସ୍କାର ପାଇଛନ୍ତି। ଲଣ୍ଡନର ପ୍ରାକୃତିକ ଇତିହାସ ସଂଗ୍ରହାଳୟରେ ଆୟୋଜିତ ଏକ ସମାରୋହରେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଷ୍ଟିଫେନ ଫ୍ରି ଏହି ପୁରସ୍କାର ଘୋଷଣା କରିଥିଲେ। ଏହି ପ୍ରତିଯୋଗିତାରେ ୧୪୦ଟି ଦେଶର ୧୨ ହଜାରରୁ ଅଧିକ ଶିକ୍ଷକ ଅଂଶଗ୍ରହଣ କରିଥିଲେ। ବାଳିକାମାନଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ଭାରତରେ ତ୍ୱରିତ ପ୍ରତିକ୍ରିୟା (QR) କୋଡେଡ ପାଠ୍ୟପୁସ୍ତକ କ୍ରାନ୍ତିକୁ ତ୍ୱରାନ୍ବିତ କରିବା ପାଇଁ ରଞ୍ଜିତ ସିଂ ଏହି ପୁରସ୍କାର ଗ୍ରହଣ କରିଥିଲେ।

Share