Categories: ଜାତୀୟ

ରାନ୍‌ସମଓ୍ବେର: ୧୫୦୦ ବିଜ୍‌ନେସ ପ୍ରଭାବିତ

ନୂଆଦିଲ୍ଲୀ, ୭।୭: ରାନ୍‌ସମଓ୍ବେର ଆକ୍ରମଣ ଯୋଗୁ ସାରା ବିଶ୍ୱରେ ପ୍ରାୟ ୧୫୦୦ ବିଜ୍‌ନେସ ପ୍ରଭାବିତ ହୋଇଥିବା ଜଣାପଡିଛି। କାସେୟା ସଫ୍ଟଓ୍ବେର ଉପରେ ଏଭଳି ଆଟାକ ହେଉଛି। ଫ୍ଲୋରିଡା ଭିତ୍ତିକ କମ୍ପାନୀର ସିଇଓ ଫ୍ରେଡ ଭୋକୋଲା କହିଛନ୍ତି, ନିକଟରେ ହୋଇଥିବା ଆଟାକର ପ୍ରକୃତ ପ୍ରଭାବ କ’ଣ ରହିବ ସେ ନେଇ ସ୍ପଷ୍ଟ ଭାବେ କିଛି କହି ହେବ ନାହିଁ। କାସେୟା ଏକ ସଫ୍ଟଓ୍ବେର ଫାର୍ମ ହୋଇଥିବା ବେଳେ ଆଇଟି ସୋର୍ସି ଏଜେନ୍ସିଗୁଡିକୁ ଏହା ସହାୟତା ପ୍ରଦାନ କରିଥାଏ। ହ୍ୟାକର ଗ୍ରୁପ୍‌ ଏହି କମ୍ପାନୀ ସଫ୍ଟଓ୍ବେରକୁ ହ୍ୟାକ କରିବା ଦ୍ୱାରା ଏହା ସହ ଜଡିତ ବିଶ୍ୱର ପ୍ରାୟ ୧୦୦ କମ୍ପାନୀର ବିଜ୍‌ନେସ କାରବାର ଠପ୍‌ ହୋଇଯାଇଥିଲା। କମ୍ପାନୀର ଜଣେ ନିର୍ବାହୀ ଅଧିକାରୀ କହିଛନ୍ତି, ଏଭଳି ଆଟାକ ହେବା ଦ୍ୱାରା ୧୨ ଦେଶର ବିଜ୍‌ସେନ ଉପରେ ପ୍ରଭାବ ପଡିବା ନେଇ ଆଶଙ୍କା ଦେଖାଯାଇଛି।
ଆଟାକ ହେବା ପରେ ସୁଇଡେନ୍‌ର ଏକ ଗ୍ରସେରି ଷ୍ଟୋର ଚେନ୍‌ ବାଧ୍ୟ ହୋଇ ଏହାର କାରବାରକୁ ବନ୍ଦ କରିବାକୁ ପଡିଛି। କାରଣ ଆଟାକ ଦ୍ୱାରା ଏହାର କ୍ୟାଶ ରେଜିଷ୍ଟର ପ୍ରଭାବିତ ହୋଇଛି। ନ୍ୟାଶନାଲ ରିସ୍କ ଆଧାରରେ ସମସ୍ୟା ସାମ୍ନା କରୁଥିବା ଲୋକଙ୍କ ନିକଟରେ ପହଞ୍ଚି ସହାୟତା କରିବାକୁ ଆମେରିକା ପଦକ୍ଷେପ ଗ୍ରହଣ କରୁଥିବା କହିଛି। ମାତ୍ର ପ୍ରକୃତ କ୍ଷୟକ୍ଷତି ନେଇ କୌଣସି ଆକଳନ ଏବେ ଯାଏ ଉକ୍ତ ଦେଶ କରିପାରିନାହିଁ। ଗତ ମାସରେ ବ୍ରାଜିଲର ଏକ କମ୍ପାନୀ ଜେବିଏସ୍‌ ଉପରେ ଏଭଳି ଆକ୍ରମଣ ହୋଇଥିଲା। ଫଳରେ କମ୍ପାନୀର ଉତ୍ପାଦନ ପ୍ରଭାବିତ ହୋଇଛି। ଏହି ଘଟଣାରେ ଜେବିଏସ୍‌ ହ୍ୟାକରଙ୍କୁ ୧୧ ନିୟୁତ ଡଲାର ପ୍ରଦାନ କରିଥିବା କହିଛି।

Share