‘ପୁଷ୍ପା’ ଗୀତରେ ଡ୍ୟାନ୍ସ କଲେ ରାନୁ ମଣ୍ଡଳ

ମୁମ୍ବାଇ: ସାଉଥ୍‌ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ଦ ରାଇଜ୍‌’ ବ୍ଲକବଷ୍ଟର ହିଟ୍‌ ସାବ୍ୟସ୍ତ ହୋଇଛି। ଗୀତଗୁଡ଼ିକ ମଧ୍ୟ ସେତିକି ହିଟ୍‌। ତେବେ ଦର୍ଶକଙ୍କ ମୁଣ୍ଡରେ ଏବେ ଖାଲି ଗୋଟିଏ ଗୀତ ‘ଶ୍ରୀବଲି’। ଏହି ଗୀତ ସୋସିଆଲ ମିଡିଆରେ ବେଶ୍‌ ଟ୍ରେଣ୍ଡ କରୁଛି। କିଛି ପ୍ରଶଂସକ, ସେଲିବ୍ରିଟି ‘ଶ୍ରୀବଲି’ଗୀତରେ ରିଲ୍‌ ବି କରୁଛନ୍ତି। ଏହି ଗୀତରେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟେପ୍‌ ପ୍ରଶଂସକଙ୍କ ହୃଦୟ ଜିଣିଛି। ବଙ୍କେଇ ଚାଲିବା ଏବେ ଏକ ଟ୍ରେଣ୍ଡ ପାଲଟିଛି।

ଏହା ମଧ୍ୟରେ ‘ତେରୀ ମେରୀ କହାନୀ’ ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିବା କୋଲକାତାର ରାନୁ ମଣ୍ଡଳ ବି ‘ଶ୍ରୀବଲି’ ଗୀତ ଗାଇ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ରାନୁ ଏହି ଗୀତର ଲିରିକ୍ସରେ ମଜାଳିଆ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖି ପ୍ରଶଂସକମାନେ ରାନୁଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ଭିଡିଓରେ ରାନୁ ବହୁତ ମଜାଳିଆ ଷ୍ଟେପ୍‌ କରୁଛନ୍ତି। ବ୍ଲୁ କଲରର ଟି ଶର୍ଟ, ରେଡ୍‌ ଶାଢ଼ି ଏବଂ ହାତରେ ଏକ ବାଡ଼ି ଧରି ରାନୁ ଶ୍ରୀବଲି ଗୀତରେ ଡ୍ୟାନ୍ସ କରୁଛନ୍ତି। ଦର୍ଶକ ଏଥିରୁ ବହୁତ ମଜା ଉଠାଉଛନ୍ତି।

ଖାଲି ଏତିକି ନୁହେଁ, ଏବେ ଶୁଣିବାକୁ ମିଳୁଛି ରାନୁଙ୍କ ଉପରେ ବାୟୋପିକ୍‌ ଫିଲ୍ମ ତିଆରି ହେବ। ଅଭିନେତ୍ରୀ ଇଶିକା ରାନୁଙ୍କ ଭୂମିକାରେ ନଜର ଆସିବେ। ଯିଏକି ଫିଲ୍ମ ‘ଲାଲ୍‌ କପ୍ତାନ’ ଏବଂ ଓ୍ବେବ୍‌ ସିରିଜ ‘ସାକ୍ରେଡ ଗେମ୍ସ’ରେ ନଜର ଆସିସାରିଛନ୍ତି।

Share