ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ। ଷ୍ଟେଶନରେ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା ରାନୁ ରାତାରାତି ଷ୍ଟାର ପାଲଟିଥିଲେ। ହେଲେ ସମୟ ସହ ତାଙ୍କ ଲୋକପ୍ରିୟତା କମି ଯାଇଥିଲା। ଏବେ ରାନୁ ଗାଇଥିବା ଆଉ ଏକ ଗୀତ ‘ମାନିକେ ମାଗେ ହିଥେ’ ଭାଇରାଲ ହେଉଛି। ଦର୍ଶକେ ଏହାକୁ ବହୁତ ପସନ୍ଦ କରୁଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍ରେ ୟୁଟ୍ୟୁବର ରୋନ୍ଧନ ପରିଚୟ ରାନୁଙ୍କ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ‘ମାନିକେ ମାଗେ ହିଥେ’ ଗାଇଛନ୍ତି। ଭିଡିଓରେ ରାନୁ ଲାଲ ରଙ୍ଗର ଟି ଶାର୍ଟ ପିନ୍ଧି ଗୀତ ଗାଉଥିବା ନଜର ଆସୁଛନ୍ତି। ଏହା ଭାଇରାଲ ହେଉଥିବା ବେଳେ ଏଯାବତ ୫୧ ହଜାରରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି। ସେହିଭଳି ୪ ହଜାରରୁ ଅଧିକ ଲୋକ ଭିଡିଓକୁ ପସନ୍ଦ କରିଥିବା ବେଳେ ବହୁତ ଲୋକ କମେଣ୍ଟ କରୁଛନ୍ତି।
କହିରଖୁଛୁ, ଦୁଇ ବର୍ଷ ପୂର୍ବେ ରାନୁ ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେଶନରେ ‘ଏକ ପ୍ୟାର୍ କା ନଗମା ହେ’ ଗୀତ ଗାଉଥିଲେ। ଏହାକୁ ଜଣେ ଯୁବକ କ୍ୟାମେରାରେ କଏଦ କରି ସୋସିଆଲ ମିଡିଆରେ ଅପ୍ଲୋଡ କରିଥିଲେ। ଏହାକୁ ନେଇ ରାନୁ ବହୁତ ଲୋକପ୍ରିୟ ହୋଇଥିଲେ। ଏପରିକି ତାଙ୍କୁ ବଲିଉଡ୍ରେ ଗୀତ ଗାଇବାର ସୁଯୋଗ ମିଳିଥିଲଶ। ମାତ୍ର କିଛି ଘଟଣାକ୍ରମକୁ ନେଇ ସେ ବିବାଦକୁ ଚାଲି ଆସିଥିଲେ। ଧିରେ ଧିରେ ତାଙ୍କ ଲୋକପ୍ରିୟତା ହ୍ରାସ ପାଇଥିଲା।