Posted inଜାତୀୟ

ଘରେ ଝୁଲୁଛି ତାଲା, ଦୁଇ ଦିନ ହେଲାଣି ଖୋଜୁଛି ପୋଲିସ, କେଉଁଠି ଅଛନ୍ତି Ranveer Allahabadia?

ନୂଆଦିଲ୍ଲୀ,୧୪।୨: କମେଡିଆନ୍‌ ସମୟ ରାଇନାଙ୍କ ଶୋ’ ’ଇଣ୍ଡିଆଜ ଗଟ ଲାଟେଣ୍ଟ’ରେ ପିତାମାତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ରଣବୀର ଆଲ୍ଲାହାବାଦିଆ ବିବାଦରେ ଫସି ଯାଇଛନ୍ତି। ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ପୋଲିସ ତାଙ୍କୁ ତାଙ୍କ ବୟାନ ରେକର୍ଡ କରିବା ପାଇଁ ଥାନାକୁ ଡକାଇଥିଲା, କିନ୍ତୁ ସେ ଯାଇ ନ ଥିଲେ। ପରେ ତାଙ୍କୁ ଏକ ସମନ ମଧ୍ୟ ପଠାଯାଇଥିଲା। ହେଲେ ଏବେ ଏପରି ସୂଚନା ଆସୁଛି ଯେ ରଣବୀରଙ୍କ ସହ ଯୋଗାଯୋଗ କରାଯାଇପାରୁନାହିଁ। ଏପରିକି ତାଙ୍କର କୌଣସି ସନ୍ଧାନ ମିଳୁନାହିଁ।

ପୋଲିସ ତାଙ୍କୁ ଫେବୃଆରୀ ୧୨ ତାରିଖରେ ଖାର ପୋଲିସ ଷ୍ଟେଶନରେ ହାଜର ହେବାକୁ ସମନ ପଠାଇଥିଲା। ପୋଲିସକୁ ରଣବୀରଙ୍କ ବୟାନ ରେକର୍ଡ କରିବାକୁ ପଡିଲା। କିନ୍ତୁ ଯେତେବେଳେ ସେ ପହଞ୍ଚି ନଥିଲେ, ତାଙ୍କ ବିରୁଦ୍ଧରେ ଦ୍ୱିତୀୟ ସମନ ଜାରି କରାଯାଇଥିଲା। ହେଲେ ଗୁରୁବାର ଯେତେବେଳେ ପୋଲିସ ତାଙ୍କ ବର୍ସୋଭାରେ ଥିବା ଘରେ ପହଞ୍ଚିଥିଲା, ସେତେବେଳେ ରଣବୀର ସେଠାରେ ନଥିଲେ। ତାଙ୍କ ଘର ବନ୍ଦ ଥିଲା ସେଠାରେ ତାଲା ଝୁଲୁଥିଲା। ଏହା ବ୍ୟତୀତ ତାଙ୍କ ସହିତ ଯୋଗାଯୋଗ ମଧ୍ୟ କରାଯାଇପାରୁନାହିଁ। କେହି ଜାଣନ୍ତି ନାହିଁ ସେ କେଉଁଠି? ପୋଲିସ ଦୁଇ ଦିନ ଧରି ତାଙ୍କୁ ଖୋଜୁଛି।

ପ୍ରଥମ ସମନ ଜାରି ହେବା ପରେ, ରଣବୀର ଆଲ୍ଲାହାବାଦିଆ ଭିଆଇପି ଟିଣ୍ଟମେଣ୍ଟ ଦାବି କରିଥିଲେ। ସେ ତାଙ୍କ ଘରେ ତାଙ୍କ ବୟାନ ରେକର୍ଡ କରିବାକୁ ପୋଲିସକୁ ଅନୁରୋଧ କରିଥିଲେ। ରଣବୀର ପୋଲିସ ଷ୍ଟେଶନ ଯିବାକୁ ଚାହୁଁ ନ ଥିଲେ। କିନ୍ତୁ ପୋଲିସ ତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲା ଏବଂ ତାଙ୍କୁ ଖାର ପୋଲିସ ଷ୍ଟେସନରେ ହାଜର ହେବାକୁ କହିଥିଲା।
ଗୋଟିଏ ପଟେ ରଣବୀରଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁ ନ ଥିବା ବେଳେ ଅନ୍ୟପଟେ ସମୟ ମଧ୍ୟ ନିକଟରେ ପୋଲିସଠାରୁ କିଛି ସମୟ ମାଗିଛନ୍ତି। ସେ କହିଥିଲେ ଯେ ସେ ଏବେ ଆମେରିକାରେ ଅଛନ୍ତି ଏବଂ ସେଠାରେ ତାଙ୍କର ଶୋ’ ଅଛି। ପୋଲିସ ମଧ୍ୟ ତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଏବଂ ତାଙ୍କୁ ସମୟ ଦେବାକୁ ସ୍ପଷ୍ଟ ଭାବରେ ମନା କରିଦେଇଛି। ପୋଲିସ ତାଙ୍କୁ ଫେବୃଆରୀ ୧୭-୧୮ ତାରିଖରେ ହାଜର ହେବାକୁ କହିଛି।

କହି ରଖୁଛୁ ଯେ ରଣବୀର ଆଲ୍ଲାହାବାଦିଆ, ଆଶିଷ ଚଞ୍ଚଲାନି, ଅପୂର୍ବାଙ୍କ ଭଳି YouTubers Latent ର ଏକ ଦେୟଯୁକ୍ତ ଏପିସୋଡ୍‌ରେ ନଜର ଆସିଥିଲେ। ସେମାନେ ସମସ୍ତେ ବିଚାରପତି ଥିଲେ। ଏହି ସମୟରେ ଜଣେ ପ୍ରତିଯୋଗୀଙ୍କ ସହ ପ୍ରଶ୍ନୋତ୍ତର ସମୟରେ, ରଣବୀର ପିତାମାତାଙ୍କ ବିଷୟରେ ଏକ ଆପତ୍ତିଜନକ ପ୍ରଶ୍ନ ପଚାରିଥିଲେ, ଯାହା ପରେ ହଙ୍ଗାମା ହେଉଛି। ରଣବୀର ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମଧ୍ୟ ମାଗିଥିଲେ ହେଁ ବିରୋଧ ଥମି ନ ଥିଲା। ଅପରପକ୍ଷରେ ସମୟ ଉକ୍ତ ଶୋ’ର ସମସ୍ତ ଏପିସୋଡ୍‌ ଡିଲିଟ୍‌ କରିଦେଇଥିବା ପୋଷ୍ଟ କରି ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri