ଯେବେ ରିଲ୍‌-ରିୟଲ୍‌ କପିଳ ଦେବ ହେଲେ ଭେଟ: ଘଟିଲା ଏମିତି

ଡିସେମ୍ବର ୨୪ରେ ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘୮୩’ ମୁକ୍ତିଲାଭ କରିବାକୁ ଯାଉଛି। ଏହା ପୂର୍ବରୁ ସେଲିବ୍ରିଟି ଏବଂ ମିଡିଆ ପାଇଁ ଫିଲ୍ମର ସ୍କ୍ରିନିଂ କରାଯାଇଥିଲା। ୧୯୮୩ ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବଙ୍କୁ ମଧ୍ୟ ଏହି ଅବସରରେ ଦେଖିବାକୁ ମିଳିଥିଲା। ରଣବୀର ସିଂ ଏବଂ କପିଳ ଦେବ ମଞ୍ଚରେ ଏକାଠି ନଜର ଆସିଥିଲେ। ଏହି ସମୟରେ ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ପ୍ରସିଦ୍ଧ ଫଟୋଗ୍ରାଫର ୟୋଜେନ ଶାହା ଏହି ଫଟୋକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ପୋଷ୍ଟ କରିଛନ୍ତି। ଫଟୋରେ ଉଭୟେ ପରସ୍ପରକୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି। ଏହି ସମୟରେ ଉଭୟ ପରସ୍ପର ସହ ମଜା କରୁଥିବା ମଧ୍ୟ ଦେଖାଯାଇଥିଲ। ଫଟୋରେ ରଣବୀର ସିଂ ଏବଂ କପିଳ ଦେବଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ରଣବୀର ଏହି ଫଟୋରେ ଧଳା ପୋଷାକରେ ନଜର ଆସିଥିବାବେଳେ କପିଳ ଦେବ ନୀଳ କୁର୍ତ୍ତା ପାଇଜାମାରେ ପିନ୍ଧିଥିଲେ। କବୀର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘୮୩’ ରଣବୀର କପିଳ ଦେବଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ୧୯୮୩ମସିହାରେ କପିଲ ଦେବଙ୍କ ଅଧିନାୟକତ୍ୱରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତ ବିଶ୍ୱକପ ଜିତିଥିଲା।
ଫିଲ୍ମ ‘୮୩’ ଭାରତର ୧୯୮୩ ବିଶ୍ୱକପ ବିଜୟ ଉପରେ ଆଧାରିତ। ଦୀପିକା ଏବଂ ରଣବୀରଙ୍କ ବ୍ୟତୀତ ଏଥିରେ ପଙ୍କଜ ତ୍ରିପାଠୀ, ବୋମନ ଇରାନୀ ପ୍ରମୁଖ ଅଭିନୟ କରିଛନ୍ତି।