ପ୍ରଶଂସକଙ୍କ ଭିଡ଼ରେ ଫସିଲେ ରଣବୀର, କାର୍‌ ଉପରେ ଚଢ଼ି ଦେଲେ ଏମିତି ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂହ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି। କେବେ ନଜର ଫ୍ୟାଶନ ଷ୍ଟାଇଲ୍‌କୁ ନେଇ ତ କେବେ ଥ୍ରୋବ୍ୟାକ୍‌ ଫଟୋ କିମ୍ବା ଭିଡିଓ ଶେୟାର କରି ପ୍ରଶଂସକଙ୍କ ନିକଟତର ହୋଇଥାନ୍ତି। ଏବେ ରଣବୀରଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ରଣବୀରଙ୍କୁ ପ୍ରଶଂସକମାନେ ଘେରି ଯାଇଥିବା ଦେଖିବାକୁ ମିଳିଛି। ଏତେ ଭିଡ଼ ଯେ, ରଣବୀରଙ୍କ କାର୍‌ ଆଗକୁ ଯାଇପାରିଲା ନାହିଁ। ଶେଷରେ ସେ କାର୍‌ ଉପରେ ଚଢ଼ି ପ୍ରଶଂସକଙ୍କୁ ଅଭିବାଦନ ଜଣାଉଥିବା ନଜର ଆସିଛନ୍ତି।


ଏକ ଶୁଟିଂ ସାରି ରଣବୀର ଫେରୁଥିଲେ। ଏହି ସମୟରେ ତାଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ଶେଷରେ ପରିସ୍ଥିତି ଏପରି ହୋଇଥିଲା ଯେ, ଭିଡ଼ ମଧ୍ୟରେ ରଣବୀର ଦୀର୍ଘ ସମୟ ଫସି ଯାଇଥିଲେ। ତେଣୁ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ କରୋନା ମହାମାରୀରୁ ଦୂରେଇ ରହିବା ପାଇଁ ସେ କାର୍‌ ଉପରେ ଚଢ଼ି ପ୍ରଶଂସକମାନଙ୍କୁ ଅନୁରୋଧ କରିଥିଲେ।

ଏହି ଭିଡିଓକୁ ବିରଲ ଭୟାନୀ ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭିଡିଓରେ ରଣବୀର ପ୍ରଶଂସକମାନଙ୍କୁ ଖୁବ୍‌ ପ୍ରତିକ୍ରିୟା ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି। ସେ ଖୁବ୍‌ଶ୍ରୀଘ୍ର ଫିଲ୍ମ ‘୮୩’ରେ ନଜର ଆସିବେ। ୧୯୮୩ରେ ଭାରତୀୟ କ୍ରିକେଟ ଟିମ୍‌ର ଐତିହାସିକ ବିଜୟ ଉପରେ ଆଧାରିତ ଏହି ଫିଲ୍ମରେ ରଣବୀର କପିଳ ଦେବଙ୍କ ଭୂମିକାରେ ନଜର ଆସିବେ। ଏଥିରେ ଦୀପିକା ପାଦୁକୋନଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଖୁବ୍‌ ଶୀଘ୍ର ବଡ଼ପରଦାରେ ଏହି ଫିଲ୍ମ ଦର୍ଶକଙ୍କ ମନୋରଞ୍ଜନ କରିବ।

Share