ରାଖୀ- ରଣବୀରଙ୍କୁ ଗୋଟିଏ ଷ୍ଟେଜରେ ଦେଖି ଏମିତି ଲେଖିଲେ ପ୍ରଶଂସକ

ହର୍ଟ ଗର୍ଲ ରାଖୀ ସାଓ୍ବନ୍ତ ପ୍ରାୟତଃ କିଛିନା କିଛି ଚର୍ଚ୍ଚାରେ ରହିଥାନ୍ତି। ବଲିଉଡ ଅଭିନେତା ରଣବୀର ସିଂ ମଧ୍ୟ କିଛି କମ ନୁହଁନ୍ତି। ରଣବୀର ତାଙ୍କ ଫ୍ୟାଶନ ଷ୍ଟେଟମେଣ୍ଟ ପାଇଁ ଚର୍ଚ୍ଚାରେ ରହିଥାନ୍ତି।
ଭିରଲ ଭୟାନୀଙ୍କ ଅଫିସିଆଲ ଇନଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ରାଖୀ ଏବଂ ରଣବୀର ପରସ୍ପରକୁ ଅତ୍ୟନ୍ତ ଉତ୍ସାହର ସହିତ ଭେଟିଥିବାର ନଜର ଆସିଛନ୍ତି। ଭିଡିଓରେ ରଣବୀର ରାଖୀଙ୍କୁ ଭେଟିବା ପରେ ଖୁସି ହୋଇଯାଉଥିବା ଦେଖିବାକୁ ମିଳିଛି। ସେ ତାଙ୍କ ସହ ନାଚୁଛନ୍ତି ଏବଂ ଫଟୋ ପାଇଁ ମଜାଳିଆ ପୋଜ ମଧ୍ୟ ଦେଉଛନ୍ତି।
ଉଭୟଙ୍କ ଦେଖି ପ୍ରଶଂସକମାନେ ମଧ୍ୟ ମଜାଳିଆ କମେଣ୍ଟ ଦେଇଛନ୍ତି। ରଣବୀରଙ୍କ ବ୍ୟତୀତ ରାଖୀଙ୍କୁ ମଧ୍ୟ ଆଲିଆ ଭଟ୍ଟଙ୍କ ସହ ଆଇଟିଏ ପୁରସ୍କାର ୨୦୨୨ରେ ଦେଖିବାକୁ ମିଳିଥିଲା। ସେ ଆଲିଆଙ୍କ ସହ କ୍ୟାମେରା ଆଗରେ ଅନେକ ପୋଜ ଦେଉଥିବା ଦେଖିବାକୁ ମିଳିଥିଲା।
ରଣବୀର ଓ ରାଖୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସୋସିଆଲ ମିଡିଆ ୟୁଜର୍ସ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଭିଡିଓ ଉପରେ କମେଣ୍ଟ ଦେଇ ଜଣେ ୟୁଜର୍ସ ଲେଖିଛନ୍ତି, ଦୀପିକା ଆଜି ପକ୍କା ଘରେ ପ୍ରବେଶ କରେଇବେ ଦେବେ ନାହିଁ। ସେହିପରି ଅନ୍ୟ ଜଣେ “ରାମ ମିଲାଇ ଯୋଡି” ବୋଲି ଲେଖିଛନ୍ତି।

 

Share