Advertisement

ଆଲିଆଙ୍କ ସହ ର଼୍ୟାମ୍ପ ଓ୍ବାକ୍‌ ଅଧାରେ ଛାଡ଼ି ଦୀପିକାଙ୍କୁ ଚୁମ୍ବନ ଦେଲେ ରଣବୀର, ଛୁଇଁଲେ ମା’ଙ୍କ ପାଦ

ବମ୍ବେ: ବଲିଉଡ୍‌ ଅଭିନେତା ରଣବୀର ସିଂହ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦ୍ୟୁକୋନଙ୍କୁ ବହୁତ ଭଲ ପାଆନ୍ତି। ଏହାର ସଦ୍ୟତମ ଝଲକ ଏବେ ଏକ ର଼୍ୟାମ୍ପ ଶୋ’ରେ ଦେଖିବାକୁ ମିଳିଛି। ଅଭିନେତାଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ ରିଲିଜ ହେବାକୁ ଯାଉଛି। ଜୁଲାଇ ୨୮ରେ ଫିଲ୍ମଟି ପରଦାକୁ ଆସିବ। ଏହାପୂର୍ବରୁ ରଣବୀର ନାୟିକା ଆଲିଆ ଭଟ୍ଟଙ୍କ ସହ ର଼୍ୟାମ୍ପ ଓ୍ବାକ୍‌ କରିବା ନଜର ଆସିଥିଲେ। ଡିଜାଇନର ମନିଷ ମଲହୋତ୍ରାଙ୍କ ପାଇଁ ସେ ର଼୍ୟାମ୍ପରେ ଚାଲିଥିଲେ। ଏହି ଓ୍ବାକ୍‌ ସମୟରେ ସେ କିଛି ଏଭଳି କରିଥିଲେ ଯାହା ଏବେ ଚର୍ଚ୍ଚାରେ। ରଣବୀର ର଼୍ୟାମ୍ପ ଓ୍ବାକ୍‌ ଅଧାରୁ ଆଲିଆଙ୍କ ହାତ ଛାଡ଼ି ଦୀପିକାଙ୍କୁ ଚୁମ୍ବନ ଦେଇଥିଲେ। ଏପରିକି ନିଜ ମା’ଙ୍କ ପାଦ ଛୁଇଁଥିଲେ। ଏବେ ସୋସିଆଲ ମିଡିଆରେ ଘଟଣାର ଭିଡିଓ ଭାଇରାଲ ହେଉଛି। ପ୍ରଶଂସକ ‘ସ୍ବାମୀ ହେବ ତ ଏମିତି’ ବୋଲି ମତ ରଖୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share