Advertisement

୬୮ ଲକ୍ଷ ଟଙ୍କାର ଜୋତା ପିନ୍ଧନ୍ତି ଏହି ଅଭିନେତା

ବଲିଉଡ୍‌ର ସବୁଠୁ ପ୍ରତିଭାସମ୍ପନ୍ନ କଳାକାର ମଧ୍ୟରୁ ଅନ୍ୟତମ ରଣବୀର ସିଂ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୫, ଜୁଲାଇ ୬ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ରଣବୀର ୨୦୧୦ ବ୍ୟାଣ୍ଡ୍‌ ବାଜା ବାରାଜ୍‌ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରଠାରୁ ସେ ପଛକୁ ଫେରିଚାହିଁନାହାନ୍ତି। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଚାଲିଛନ୍ତି। ରଣବୀର କେବଳ ନିଜ ଅଭିନୟ ପାଇଁ ନୁହେଁ ଲାଇଫ୍‌ଷ୍ଟାଇଲ୍‌ ପାଇଁ ମଧ୍ୟ ବେଶ୍‌ ନାଁ କମାଇଛନ୍ତି। ୫ ଲକ୍ଷରୁ ଅଧିକ ଟଙ୍କାର ଘଣ୍ଟା ପିନ୍ଧୁଥିବାବେଳେ ୬୮ ଲକ୍ଷ ଟଙ୍କାର ଜୋତା ଏବଂ ୯୩ ଲକ୍ଷ ଟଙ୍କାର ଗାଡି ଚଢୁଛନ୍ତି ରଣବୀର। ତାଙ୍କ ପାଖରେ ପାଖାପାଖି ୧ ହଜାରରୁ ଅଧିକ ଜୋତା କଲେକସନ୍‌ ରହିଛି। ମୁମ୍ବାଇରେ ଥିବା ତାଙ୍କ ଘରର ମୂଲ୍ୟ ପ୍ରାୟ ୧୦ କୋଟି ହେବ। ଏହାଛଡା ଗୋଆରେ ମଧ୍ୟ ରଣବୀରଙ୍କ ଫ୍ଲାଟ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share