ରଣବୀରଙ୍କୁ ଚିହ୍ନି ହେଉନି

ବମ୍ବେ: ନୂଆ ଲୁକ୍‌ରେ ବଲିଉଡ୍‌ ଅଭିନେତା ରଣବୀର ସିଂହ। ମେ’ ୧୩ ରେ ରିଲିଜ ହେବାକୁ ଯାଉଛି ତାଙ୍କ ଫିଲ୍ମ ‘ଜୟେଶ ଭାଇ ଜୋରଦାର୍‌’। ଶୁକ୍ରବାର ରଣବୀରଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି। ୟଶରାଜ ଫିଲ୍ମ୍ସ ପକ୍ଷରୁ ଏହାକୁ ଶେୟାର କରାଯାଇଛି।

ଫାଷ୍ଟଲୁକ୍‌ରେ ରଣବୀର ସାଧାସିଧା ପୋଷାକ ପିନ୍ଧିଛନ୍ତି। ତାଙ୍କର ଗୋଟିଏ ହାତରେ କନିଆଁ ସଜ ପୋଷାକ ଥିବା ବେଳେ ଆର ହାତରେ ଟୋପି ରହିଛି। ସେ ବେକରେ ମଫଲର ପକାଇଛନ୍ତି। ଅଭିନେତା ବେଶ ପତଳା ଲାଗୁ ଥିବାରୁ ପ୍ରଶଂସକ ଚିହ୍ନି ହେଉନାହିଁ ବୋଲି ପ୍ରତିକ୍ରିୟା ଦେଉଛନ୍ତି।

ଫିଲ୍ମରେ ରଣବୀର ସୁପରହିରୋ ଭୂମିକାରେ ନଜର ଆସିବେ। ଏଥିରେ କମେଡି ମଧ୍ୟ ରହିବ। ମେ’ ୧୩ରେ ଏହା ପରଦାକୁ ଆସିବ। ବୋମନ ଇରାନୀ ଫିଲ୍ମରେ ରଣବୀରଙ୍କ ବାପା ଭୂମିକାରେ ନଜର ଆସିବେ।

Share