ମୁମ୍ବାଇ,୨୯।୮: ବଲିଉଡ ଅଭିନେତା ରଣବୀର ସିଂ ସୋମବାର ପୋଲିସ ଜେରାର ସମ୍ମୁଖୀନ ହୋଇଛନ୍ତି। ଏକ ପତ୍ରିକା ପାଇଁ ନଗ୍ନ ଫଟୋଶୁଟ୍ ନେଇ ରଣବୀରଙ୍କୁ ଏହି ପଚରାଉଚରା କରାଯାଇଛି। ଏହି ଘଟଣାରେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି।
କିଛି ଦିନ ପୂର୍ବରୁ ଏକ ପତ୍ରିକା ପାଇଁ ରଣବୀର ନଗ୍ନ ଫଟୋଶୁଟ କରି ବିବାଦ ଘେରକୁ ଆସିଥିଲେ। ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିଲା। ଅଗଷ୍ଟ ୩୦ରେ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ମୁମ୍ବାଇ ପୋଲିସ ରଣଭୀର ସିଂଙ୍କୁ ଡାକିଥିଲା କିନ୍ତୁ ଏହାର ପୂର୍ବରୁ ସେ ସୋମବାର ସକାଳ ୭.୩୦ରେ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ରଣବୀରଙ୍କୁ ପୋଲିସ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା କରିଥିଲା।
ପୋଲିସ ସୂତ୍ର ଅନୁସାରେ, ପଚରାଉଚରାବେଳେ ରଣବୀର ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରୁଥିଲେ। ଏହି ଫଟୋଶୁଟ ଏତେ ଅସୁବିଧା ସୃଷ୍ଟି କରିବ ବୋଲି କୌଣସି ଧାରଣା ନ ଥିଲା। ତାଙ୍କର ଉଦ୍ଦେଶ୍ୟ କାହାର ଭାବନାକୁ ଆଘାତ କରିବା ନୁହେଁ ବୋଲି ରଣବୀର କରିଛନ୍ତି।