ଅନୁଷ୍କାଙ୍କ ସହ ଇଣ୍ଟିମେଟ ସିନ୍ କରିବାକୁ ଚାହୁଁଛନ୍ତି ରଣବୀର!

ମୁମ୍ବାଇ: ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ’ରେ ରଣବୀର ସିଂ ଓ ଅନୁଷ୍କା ଶର୍ମାଙ୍କ ଯୋଡି ଦର୍ଶକଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇଥିଲ । ଉଭୟଙ୍କ ଆକ୍ଟିଙ୍ଗ ଖୁବ୍ ଉଚ୍ଚକୋଟିର ଥିଲା । ଦର୍ଶକେ ଏମାନଙ୍କ ଅନସ୍କ୍ରିନ ରୋମାନ୍ସକୁ ଖୁବ୍ ପସନ୍ଦ କରିଥିଲେ । ବଡ କଥା ହେଲା ସେହି ସମୟରେ ଅନୁଷ୍କା ଓ ରଣବୀରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଆଲୋଚନା ହୋଇଥିଲା । ହେଲେ ଏମିତି କିଛି ନ ଥିବା ପରେ ଜଣାପଡିଥିଲା । ଏବେ ଉଭୟ ନିଜ ପର୍ସନାଲ ଲାଇଫରେ ଖୁବ୍ ଆଗକୁ ଚାଲିଯାଇଥିବା ବେଳେ ଉଭୟ ହସଖୁସିର ସଂସାରରେ ବ୍ୟସ୍ତ ଅଛନ୍ତି । ଏମିତିକି ଅନୁଷ୍କା ଏକ କନ୍ୟା ସନ୍ତାନର ମାଆ ବି ହୋଇସାରିଲେଣି ।
ଏବେ କିନ୍ତୁ ରଣବୀର ଅନୁଷ୍କାଙ୍କ ସହ ଅଭିନୟ କରିବାକୁ ନେଇ ଏମିତି ଏକ କଥା କହିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି । ରଣବୀର କହିଛନ୍ତି ସେ ଅନୁଷ୍କାଙ୍କ ସହ ପୁଣିଥରେ ଇଣ୍ଟିମେଟ ସିନ୍ କରିବାକୁ ଚାହୁଁଛନ୍ତି । ରଣବୀର କହିଛନ୍ତି ସେ ପୁଣିଥରେ ଅନୁଷ୍କାଙ୍କ ସହ ସେକ୍ସ ସିନ୍ ଶୁଟ କରିପାରିବେ । କାରଣ ଅନୁଷ୍କା ଜଣେ ଭଲ ସର୍ପୋଟିଭ କୋଆକ୍ଟ୍ରେସ୍ । ରଣବୀରଙ୍କ ଏହି ବୟାନ ଏବେ ଭାଇରାଲ ହେବାରେ ଲାଗିଛି ।

Share