ଉର୍ଫି ଜଣେ ଫ୍ୟାଶନ୍‌ ଆଇକନ୍‌: ରଣବୀର

ବମ୍ବେ: ଯିଏ ନିଜର ଅଜବଗଜବ ପରିଧାନକୁ ନେଇ ସର୍ବଦା ରହିଥାନ୍ତି ଚର୍ଚ୍ଚାରେ, ତାଙ୍କର ବଡ଼ ପ୍ରଶଂସକ ପାଲଟିଛନ୍ତି ବଲିଉଡ୍‌ ସୁପରଷ୍ଟାର ରଣବୀର ସିଂହ। ଆମେ କହୁଛୁ ଉର୍ଫି ଜାଭେଦଙ୍କ ବିଷୟରେ। ସର୍ବଦା ଅଭିନେତ୍ରୀ ନିଜର ସ୍ବତନ୍ତ୍ର ବେଶଭୂଷାକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥାନ୍ତି। କେବେ ତାରରେ ତ କେବେ ପ୍ଲାଷ୍ଟିକ, କେବେ ଅଖା ତ କେବେ ସେପ୍ଟିପିନ୍‌ରେ ସେ ଡ୍ରେସ୍‌ ପ୍ରସ୍ତୁତ କରି ପିନ୍ଧିବାକୁ ନେଇ ଚର୍ଚ୍ଚାରେ ଥାନ୍ତି। ଏପରିସ୍ଥଳେ କଫି ଉଇଥ୍‌ କରନ୍‌ ଶୋ’ରେ ରଣବୀର ଉର୍ଫିଙ୍କ ଫ୍ୟାଶନକୁ ପସନ୍ଦ କରୁଥିବା କହି ଅନେକଙ୍କୁ ଚମକାଇଛନ୍ତି।

ଶୋ’ର ପ୍ରଥମ ଏପିସୋଡରେ ଅତିଥି ଭାବେ ରଣବୀର ଏବଂ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିଛି। ଏହି ସମୟରେ ଅଭିନେତା କିଛି ର଼୍ୟାପିଡ୍‌ ଫାୟାର ପ୍ରଶ୍ନର ଜବାବ ଦେଇଥିଲେ। ସେଥିରୁ ଗୋଟିଏ ଥିଲା କିଏ ନିଜର ପୋଷାକକୁ ପୁଣି ଥରେ ପିନ୍ଧିପାରିବା ମୁସ୍କିଲର ପ୍ରଶ୍ନ। ଏହାର ଜବାବରେ ଅଭିନେତା ଉର୍ଫିଙ୍କ ନାମ ନେଇଥିଲେ। ଏଥିସହ ଉର୍ଫି ଜଣେ ଫ୍ୟାଶନ ଆଇକନ ବୋଲି କହିଥିଲେ।

ଉର୍ଫିଙ୍କ ନାମ ଶୁଣି କରନ୍‌ ହସିଥିଲେ। ସେହିଭଳି ଆଲିଆ ଚକିତ ହୋଇଯାଇଥିଲେ। ପରେ ରଣବୀର ତା ପଛରେ ଥିବା କାରଣ ବିଷୟରେ କହିବାକୁ ସମସ୍ତେ ଚୁପ୍‌ ହୋଇଥିଲେ।

Share