ଡ୍ରଗ୍ସ ମାମଲାରେ ଦୀପିକାଙ୍କୁ ପଚରାଉଚରା ପରେ ରଣଭୀରଙ୍କ ପ୍ରଥମ ଟୁଇଟ୍‌ : ଯାହା ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅନେକ ବଲିଉଡ ତାରକା ବିବାଦ ଘେରକୁ ଆସିଛନ୍ତି। ଡ୍ରଗ୍ସ ମାମଲାରେ ଦୀପିକା ପାଦୁକୋନ ଏବଂ ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ହ୍ବାଟ୍‌ସ ଆପ ଚାଟ୍‌ ସାମ୍ନାକୁ ଆସିଥିଲା। ପରେ ଏନସିବି ଦୀପିକାଙ୍କୁ ଡକାଇ ଅନେକ ପଚରାଉଚରା କରିଲେ। ବର୍ତ୍ତମାନ ଦୀର୍ଘ ସମୟ ପରେ ଅଭିନେତା ରଣଭୀର ସିଂ ଏକ ଟୁଇଟ୍‌ କରିଛନ୍ତି ଯାହା ଚର୍ଚ୍ଚାରେ ରହିଛି।

ଚାରି ମାସ ପରେ ରଣଭୀର ଏହି ଟୁଇଟ କରିଛନ୍ତି। ତାଙ୍କର ଶେଷ ଟୁଇଟ୍‌ ସୁଶାନ୍ତଙ୍କ ମୃତ୍ୟୁ ପରେ ହୋଇଥିଲା ଯେଉଁଥିରେ ସେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଯେତେବେଳେ ଦୀପିକାଙ୍କୁ ଏନ୍‌ସିବି ପଚରାଉଚରା କରିଥିଲେ ରଣଭୀର ସୋସିଆଲ ମିଡିଆରେ ଚୁପ ରହିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଯାନ ବିଷୟରେ ରଣଭୀର ଟୁଇଟ୍‌ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ନିବେଦନ କରିଛନ୍ତି ଯେ, କରୋନାକୁ ନେଇ ଏକଜୁଟ ହୁଅନ୍ତୁ। ଯାହା ପରେ ଅନ୍ୟ କ୍ଷେତ୍ରର ସେଲିବ୍ରିଟିଙ୍କ ସମେତ ବଲିଉଡ ତାରକାମାନେ ପିଏମ୍‌ ମୋଦିଙ୍କ ଏହି ସଚେତନତା ଅଭିଯାନକୁ ସମର୍ଥନ କରିଥିଲେ। ରଣଭୀର ଲେଖିଛନ୍ତି- ” ଚାଲ କରୋନା ସହିତ ଲଢ଼ିବା ପାଇଁ ଏକଜୁଟ ହେବା।”

ସୂଚନାଯୋଗ୍ୟ, ଏନସିବିକୁ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ ଯେ, ଦୀପିକା ପାଦୁକୋନ, ସାରା ଅଲ୍ଲିଖାନ, ରକୁଲ ପ୍ରୀତ ସିଂ କିମ୍ବା ଅନ୍ୟ କୌଣସି ନିର୍ମାତା ନିର୍ଦ୍ଦେଶକ ନିଶା କାରବାରରେ ଜଡିତ ଅଛନ୍ତି। ଏବେ ଦୀପିକା ପାଦୁକୋନ ମଧ୍ୟ ତାଙ୍କ ଚଳଚ୍ଚିତ୍ରର ଶୁଟିଂ କରିବା ପାଇଁ ଗୋଆକୁ ଫେରିଯିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

Share