ବଲିଉଡ୍ ଫେମ୍ ଦୀପିକା ପାଦୁକୋଣ ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ପ୍ୟାରିସରେ ଏକ ଫରାସୀ ଲଗଜରୀ ବ୍ରାଣ୍ଡର ହାଉସ ଆମ୍ବାସାଡର ଭାବରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି। ସେ ଆଜିକାଲି ପ୍ୟାରିସରେ ଅଛନ୍ତି। ସେଠାରେ ସେ ଆଇଫେଲ ଟାୱାର ସାମ୍ନାରେ ପୋଜ ଦେଇ ତାଙ୍କର ଚମତ୍କାର ଲୁକର ଏକ ଝଲକ ଦେଇଛନ୍ତି। ତାଙ୍କ ଫଟୋ ଦେଖି ତାଙ୍କ ସ୍ବାମୀ ରଣବୀର ସିଂହ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଦୀପିକା ଧଳା ବ୍ଲେଜର ଏବଂ ମୁଣ୍ଡରେ ଟୋପି ପିନ୍ଧିଥିବା ତାଙ୍କର ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। କଳା ବଟମ, ମ୍ୟାଚ ହିଲ୍ସ ଏବଂ ହାତରେ ଗ୍ଲୋଭସ ପିନ୍ଧି ସେ ତାଙ୍କର ବ୍ରିଟିଶ ଲୁକ ଦେଖାଇଥିବାର ଦେଖାଯାଉଛି।
ଦୀପିକା ସର୍ବନିମ୍ନ ମେକଅପ ଏବଂ ଗାଢ଼ ଲାଲ ଲିପଷ୍ଟିକ ସହିତ ତାଙ୍କର ଲୁକ ଦେଇଥିଲେ ଏବଂ ତାଙ୍କ କାନରେ ଷ୍ଟଡ ପିନ୍ଧିଥିବାର ମଧ୍ୟ ଦେଖାଯାଇଥିଲା।
ଦୀପିକାଙ୍କ ଏହି ଲୁକ ଦେଖି କେବଳ ତାଙ୍କ ପ୍ରଶଂସକମାନେ ନୁହେଁ ବରଂ ତାଙ୍କ ସ୍ବାମୀ ରଣବୀର ସ୍ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ସେ ପୋଷ୍ଟରେ କମେଣ୍ଟ ଦେଇ କହିଛନ୍ତି, ହେ ଭଗବାନ ମୋ ଉପରେ ଦୟା କରନ୍ତୁ।
ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ୮ ସେପ୍ଟେମ୍ବର ୨୦୨୪ରେ ଝିଅ ଦୁଆକୁ ଏହି ଦୁନିଆରେ ସ୍ବାଗତ କରିଥିଲେ। ମା’ ହେବା ପରେ, ଦୀପିକା କିଛି ମାସ ପାଇଁ ବିରତି ନେଇଥିଲେ। କିନ୍ତୁ ଏବେ ସେ କାମକୁ ଫେରିଛନ୍ତି।