ଶିଶୁକନ୍ୟାକୁ ବଳାତ୍କାର: ନାବାଳକଙ୍କୁ ମିଳିଲା ଏମିତି ଦଣ୍ଡ, ଯାହା ସମସ୍ତଙ୍କୁ କଲା ଚକିତ

ଜାକର୍ତ୍ତା,୨୭ା୧୧: ଇଣ୍ଡୋନେସିଆର ୧୯ ବର୍ଷୀୟ ନାବାଳକ ଜଣେ ଶିଶୁକନ୍ୟାକୁ ବଳାତ୍କାର କରିବା ଅଭିଯୋଗରେ ଏମିତି ଦଣ୍ଡ ପାଇଲେ ଯେଉଁଥିରେ ସେ ଚେତାଶୂନ୍ୟ ହୋଇଗଲେ। ପରେ ତାଙ୍କର ଚିକିତ୍ସା କରାଯାଇଥିଲା। ସେ ସୁସ୍ଥ ହେବା ପରେ ତାଙ୍କୁ ପୁଣି ଦଣ୍ଡ ଦିଆଯାଇଥିଲା।
ନାବାଳକ ଜଣକ ଖସିଯିବା ପାଇଁ ଚେଷ୍ଟା କରିବା ବେଳେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏହି ନାବାଳକଙ୍କୁ ୧୬୯ ବେତ ପାହାର କରାଯାଇଥିଲା। ତାଙ୍କ ପରିସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ଦଣ୍ଡ ପାଇଁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଏହି ଦଣ୍ଡ ୧୪୬ ବେତ ପାହାରକୁ ହ୍ରାସ କରାଯାଇଥିଲା।
ଜଣେ ଡାକ୍ତର କହିଛନ୍ତି, ତାଙ୍କୁ ଯେତେବେଳେ ୫୨ ବାଡ଼ି ବେତ ପାହାର ଦିଆଯାଇଥିଲା ତାଙ୍କ ଅଣ୍ଟାରେ ଅନେକ ଫୁଲା ରହିଥିଲା। ଏମିତି ବାଡ଼ାଇବା ଦ୍ୱାରା ତାଙ୍କର ରକ୍ତବାହୀ ଫାଟି ଯାଇପାରେ। ଅବସ୍ଥା ଆହୁରି ଗୁରୁତର ହୋଇପାରେ। ତେଣୁ ଏମିତି ଦଣ୍ଡରୁ ମୁକ୍ତି ଦେବା ଭଲ। ସେ ଆହୁରି କହିଛନ୍ତି, ପ୍ରଥମେ ଯେତେବେଳେ ଅଭିଯୁକ୍ତଙ୍କୁ ବେତରେ ପିଟା ଯାଇଥିଲା ସେ ଠିକ୍‌ଠାକ୍‌ ଥିଲେ। ପରେ ଭୟଭୀତ ହୋଇଯିବା ସହ ହାତଯୋଡ଼ି ଅନୁରୋଧ କରିଥିଲେ ଆଉ ନ ବାଡ଼ାଇବା ପାଇଁ। ବେତରେ ୫୨ ପାହାର ଖାଇବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।

Share