ମା’ଙ୍କ ଦେହ ଖରାପ କହି ମାମୁଘରୁ ଡାକିନେଇ ନାବାଳିକାଙ୍କୁ ବଳାତ୍କାର

ନବରଙ୍ଗପୁର,୧୬।୭(ବି.ପ୍ର.): ନବରଙ୍ଗପୁର ଜିଲାରେ ଜଣେ ଅଷ୍ଟମ ଶ୍ରେଣୀ ନାବାଳିକା ବଳାତ୍କାରର ଶୀକାର ହୋଇଛନ୍ତି। ଏ ନେଇ ନାବାଳିକାଙ୍କ ପରିବାର ସ୍ବେଛାସେବୀ ଅନୁଷ୍ଠାନ ‘ମା ଘର’ ଅଧ୍ୟକ୍ଷାଙ୍କ ସହ ନବରଙ୍ଗପୁର ଥାନାରେ ଗୁରୁବାର ଲିଖିତ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ନାବାଳିକା ବୁଧବାର ନିକଟସ୍ଥ ଆଉ ଏକ ଗ୍ରାମରେ ଥିବା ନିଜ ମାମୁ ଘରକୁ ଯାଇଥିଲେ ।ତେବେ ତାଙ୍କ ଗ୍ରାମରୁ ଜଣେ ଯୁବକ ତାଙ୍କ ମାମୁ ଘରକୁ ଯାଉଥିଲେ। ମା’ଙ୍କ ଦେହ ଖରାପ ଥିବାରୁ ସାଥୀରେ ନେବାପାଇଁ ମା’ ପଠାଇଥିବା ସେ କହିଥିଲେ। ଫଳରେ ନାବାଳିକା ତାଙ୍କ ସହ ଘରକୁ ବାହାରିଥିଲେ। ରାସ୍ତାରେ ଗ୍ରାମଠାରୁ କିଛି ଦୂରରେ ଏକ ଜଙ୍ଗଲରେ ନାବାଳିକାଙ୍କ ଓଢ଼ଣୀରେ ତାଙ୍କ ହାତ ଓ ମୁହଁକୁ ବାନ୍ଧି ଯୁବକ ବଳାତ୍କାର କରିଥିଲେ। ନାବାଳିକା କୌଣସି ପ୍ରକାରେ ଖସିଯାଇ ମାମୁ ଘରକୁ ଯାଇ ସବୁକଥା କହିଥିଲେ।
ଏହା ପରେ ପରିବାର ଲୋକେ ନବରଙ୍ଗପୁରସ୍ଥିତ ସ୍ବେଛାସେବୀ ଅନୁଷ୍ଠାନ ‘ମା ଘର’ ସହାୟତାରେ ନବରଙ୍ଗପୁର ଥାନା ମହିଳା ଓ ଶିଶୁ ଡେସ୍କରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଫେରାର ଥିବାବେଳେ ତାଙ୍କୁ ଧରିବା ସକାଶେ ପୋଲିସ ପ୍ରୟାସ ଜାରିଙ୍‌ରହିଛି । ଏ ନେଇ ଥାନାରେ ଏକ ମାମଲା (ନ. ୧୬୯/ ୨୦) ରୁଜୁ ହୋଇଛି ।

Share