Posted inଜାତୀୟ

ପୋଖରୀକୁ ଡେଇଁ ପଡ଼ିଲେ ବଳାତ୍କାର ଅଭିଯୁକ୍ତ: ଜଳକା ପାଲଟିଲା କ୍ରାଇମବ୍ରାଞ୍ଚ ଟିମ୍‌, ଆଉ ତା’ପରେ

ଗୁଆହାଟୀ,୨୪।୮: ଆସାମର ନାଗାଓଁ ଜିଲାର ଜଣେ ୧୪ ବର୍ଷର ବାଳିକାକୁ ଗଣବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତ ତଫଜୁଲ ଇସଲାମର ଦେହାନ୍ତ ହୋଇଛି। ଆଜି ସକାଳ ୪ଟା ସମୟରେ ପୋଲିସ ଅଭିଯୁକ୍ତ ତାଫଜୁଲ ଇସଲାମକୁ କ୍ରାଇମବ୍ରାଞ୍ଚ ନେଇ ସିନ୍‌ ରିକ୍ରିଏଟ୍‌ କରିଥିଲା। ତା’ପରେ ଅଭିଯୁକ୍ତ ପୋଖରୀକୁ ଡେଇଁ ପଳାଇବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଅଭିଯୁକ୍ତ ନିଜେ ପୋଖରୀରେ ବୁଡ଼ି ଯାଇଥିଲେ। ୨ ଘଣ୍ଟା ଧରି ଚାଲିଥିବା ତୀବ୍ର ଉଦ୍ଧାର କାର୍ଯ୍ୟ ପରେ ଅଭିଯୁକ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଏସପି ନାଗାଓଁ ସ୍ବପ୍ନିଲ ଡେକା କହିଛନ୍ତି, ଏହି ମାମଲାରେ ପୋଲିସ ତାଙ୍କୁ ପୂର୍ବରୁ ଗିରଫ କରିଥିଲା। ଗତକାଲି ରାତିରେ ପୋଲିସ ଟିମ ତାଙ୍କୁ ଘଟଣାସ୍ଥଳକୁ ନେଇ ଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଜଣକ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଘଟଣାସ୍ଥଳ ନିକଟରେ ଥିବା ଏକ ପୋଖରୀକୁ ଡେଇଁପଡିଥିଲେ। ଆମର ପୋଲିସ କର୍ମଚାରୀମାନେ ସର୍ଚ୍ଚ ଅପରେସନରେ ନିୟୋଜିତ ଥିଲେ ଏବଂ ଏସ୍‌ଡିପିଓ ଟିମ ସହାୟତାରେ ଆମେ ଆଜି ସକାଳେ ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲୁ।
ଆସାମର ଢିଙ୍ଗ ଅଞ୍ଚଳରେ ଜଣେ ନାବାଳିକାକୁ ଗଣବଳାତ୍କାର ଅଭିଯୋଗରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା କହିଛନ୍ତି, ମୁଁ କେବଳ ଗୋଟିଏ କଥା କହିବାକୁ ଚାହେଁ। ଯେତେବେଳେ ମହିଳାଙ୍କ ପ୍ରତି କୌଣସି ଅତ୍ୟାଚାର କରାଯାଏ, ଆମେ ତୁରନ୍ତ ପଦକ୍ଷେପ ନେବା ଉଚିତ୍‌। ଫଳରେ ଜନସାଧାରଣ ଏହା ଶିଖିବା ଉଚିତ୍‌। ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ।
ଦଶମ ଶ୍ରେଣୀରେ ପଢୁଥିବା ନାବାଳକ ଗୁରୁବାର ସନ୍ଧ୍ୟାରେ ଟ୍ୟୁସନ କ୍ଲାସରୁ ଫେରୁଥିବା ବେଳେ ରାତି ୭ ରୁ ୮ ମଧ୍ୟରେ ତିନିଜଣ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଗଣବଳାତ୍କାର କରିବା ପରେ ଆକ୍ରମଣକାରୀମାନେ ତାଙ୍କୁ ବୋରବେଟି ଅଞ୍ଚଳରେ ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲେ। ପ୍ରାୟ ଏକ ଘଣ୍ଟା ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଲଗ୍ନ ଓ ଚେତାଶୂନ୍ୟ ଅବସ୍ଥାରେ ପାଇଲେ। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ପୋଲିସକୁ ସୂଚନା ଦେଇଥିଲେ। ନାବାଳିକାକୁ ଉଦ୍ଧାର କରାଯାଇ ଚିକିତ୍ସା ସହାୟତା ପାଇଁ ହସ୍ପିଟାଲ୍‌କୁ ନିଆଯାଇଥିଲା। ଏହି ଘଟଣା ପରେ ଆସାମରେ ବ୍ୟାପକ ବିରୋଧ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜୀକୃତ ଡାକ୍ତର ତାଲିକାରୁ ବାଦ୍‌ ପଡିଲେ ସନ୍ଦୀପ୍‌ ଘୋଷ

କୋଲକାତା,୧୯ା୯: ପଶ୍ଚିମବଙ୍ଗ ମେଡିକାଲ କାଉନ୍‌ସିଲ (ଡବ୍ଲ୍ୟୁବିଏମ୍‌ସି) ଗୁରୁବାର ଆର୍‌.ଜି. କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ପଞ୍ଜୀକରଣକୁ ବାତିଲ କରିଦେଇଛି। ପଞ୍ଜୀକୃତ ଡାକ୍ତର...

ଗୋଟିଏ ଦିନ ରାହୁଲ ଗାନ୍ଧୀ ହେବାକୁ ଚାହେଁ: କାହିଁକି ଏଭଳି କହିଲେ ବନସୁରୀ ସ୍ବରାଜ

ନୂଆଦିଲ୍ଲୀ,୧୯।୯: ଅରବିନ୍ଦ କେଜରିଓ୍ବାଲଙ୍କ ଇସ୍ତଫା ପରେ ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। ଅରବିନ୍ଦଙ୍କ ଇସ୍ତଫା ଏବଂ ଅତିଶୀ ଦିଲ୍ଲୀର ନୂଆମୁଖ୍ୟ ମନ୍ତ୍ରୀ ହେବାକୁ ନେଇ ସ୍ବର୍ଗତ ସୁଷମା...

ହେମନ୍ତ ସୋରେନଙ୍କ ସଙ୍ଗିନ ଅଭିଯୋଗ, କହିଲେ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମିଶି ମୋତେ …

ରାଞ୍ଚି,୧୯।୯: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ‘ଆପକି ସରକାର ଆପକେ ଦ୍ୱାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗରୱା...

ସିଟ ଶେୟାରିଂକୁ ନେଇ କଂଗ୍ରେସ-ଶରଦ ପାଓ୍ବାରଙ୍କ ଟେନଶନ ବଢାଇଲେ ଉଦ୍ଧବ!

ମୁମ୍ବାଇ,୧୯।୯: ମହାରାଷ୍ଟ୍ରରେ ମହାବିିକାଶ ଆଘାଡି ମଧ୍ୟରେ ସିଟ ଶେୟାରିଂ ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। ଏମଭିଏର ସିଟ ଶେୟାରିଂ ଏତେ ସହଜରେ ଶେଷ ହେବା ପରି...

ହୋଇଗଲା ସ୍ପଷ୍ଟ… କ’ଣ ହେବ କେଜରିଓ୍ବାଲଙ୍କ ପରବର୍ତ୍ତି ପଦକ୍ଷେପ

ନୂଆଦିଲ୍ଲୀ,୧୯।୯: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅରବିନ୍ଦ କେଜରିିୱାଲ ପରବର୍ତ୍ତୀ ସମୟରେ କ’ଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଘଟଣା...

ରିପୋର୍ଟରୁ ହେଲା ନିଶ୍ଚିତ: ତିରୁପତି ମନ୍ଦିର ପ୍ରାସାଦରେ ହେଉଛି ଗୋରୁ ମାଂସ, ମାଛ ତେଲ ବ୍ୟବହାରର

ତିରୁପତି,୧୯।୯: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରାସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ନମୁନା...

ଅଜିତ ଡୋଭାଲ ହାଜିର ହୋ…ଭାରତୀୟ ‘ଜେମ୍ସ ବଣ୍ଡ’ଙ୍କ ବିରୋଧରେ କେଉଁ କୋର୍ଟ ଜାରି କଲା ସମନ?

ନୂଆଦିଲ୍ଲୀ,୧୯।୯: ନ୍ୟୁୟର୍କର ଦକ୍ଷିଣ ଜିଲାର ଆମେରିକାର ଜିଲା କୋର୍ଟ ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପୂର୍ବତନ ର ମୁଖ୍ୟ ସାମନ୍ତ ଗୋୟଲଙ୍କୁ...

କୋଲକାତା ବଳାତ୍କାର-ହତ୍ୟା ଘଟଣାର ଆଉ ଏକ ନୂଆ ତଥ୍ୟ ଆସିଲା ସାମ୍ନାକୁ! ଦୁଇ ଦିନ ପର୍ଯ୍ୟନ୍ତ ଜବତ ହୋଇ ନ ଥିଲା…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ପରେ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri