ଜେଲ୍‌ ଫେରନ୍ତା ବଳାତ୍କାର ଅଭିଯୁକ୍ତଙ୍କୁ ତୀରମାଡ଼ କରି ହତ୍ୟା

କୁଆଁରମୁଣ୍ଡା,୨ା୩(ମହେନ୍ଦ୍ର କୁମାର ସାହୁ): ଜଣେ କାମାନ୍ଧ ଯୁବକଙ୍କୁ ଜେଲ ଦଣ୍ଡ ପରେ ମଧ୍ୟ ତାଙ୍କର ଚରିତ୍ରରେ କୌଣସି ଫରକ ନ ପଡ଼ିବା ଯୋଗୁ ତାଙ୍କୁ ତୀର ବିନ୍ଧି ହତ୍ୟା କରାଯିବା ଭଳି ନିନ୍ଦନୀୟ ଘଟଣା ଘଟିଛି ବୀରମିତ୍ରପୁର ଥାନା ଅଞ୍ଚଳରେ। ଏହି ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଫାଣ୍ଡି ଅଧୀନ କୁଆଁରମୁଣ୍ଡା ବ୍ଲକ ପଛ ପାର୍ଶ ପାଣିଟାଙ୍କି ନିକଟସ୍ଥ ପୋଖରୀରୁ ତୀର ବିଦ୍ଧ ମୃତ ଶରୀରକୁ ରବିବାର କୁଆଁରମୁଣ୍ଡା ପୋଲିସ ଓ ସୁନ୍ଦରଗଡ଼ ଅଗ୍ନିଶମ ଟିମ୍‌ ସୁନ୍ଦରଗଡ଼ ସାଇଣ୍ଟିଫିକ୍‌ ଟିମ୍‌ ଉପସ୍ଥିତିରେ ଉଦ୍ଧାର କରିଛି। ମୃତକଙ୍କ ଛାତିରେ ୩ଟି ତୀର ପଶିଥିବା ଦେଖିବାକୁ ମିଳିଛି। ମୃତକ ହେଉଛନ୍ତି ବିହାର ରାଜ୍ୟର ଔରଙ୍ଗାବାଦ ଅଞ୍ଚଳର ଅନୁରାଜ ଓରଫ ରାଜ କୁମାର ଯାଦବ(୩୬)। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ମୃତ ରାଜକୁମାର ଜଣେ ପାଣି ପାଇପ ମିସ୍ତ୍ରୀ ଥିଲେ। ସେ କୁଆଁରମୁଣ୍ଡା ବ୍ଲକ ପଛ ପାର୍ଶ ନିର୍ମାଣାଧୀନ ପାଣି ଟାଙ୍କିରେ କାମ କରୁଥିଲା ବେଳେ ଉକ୍ତ ସ୍ଥାନରେ ଜଣଙ୍କ ଘରେ ଭଡ଼ାରେ ରହୁଥିଲେ। ୨୦୨୩ରେ ରାଜକୁମାର ତାଙ୍କ ପାଖ ପଡ଼ୋଶୀ ଥିବା ଜନୈକା ମହିଳାଙ୍କୁ ବଳପୂର୍ବକ ବଳାତ୍କାର କରିବା ଅଭିଯୋଗରେ ଜେଲ୍‌ ଯାଇଥିଲେ। ନିକଟରେ ଜାମିନରେ ଆସି ରାଜକୁମାର ପୁଣି ଶନିବାର ରାତିରେ ସେହି ମହିଳାଙ୍କ ଘରେ ପଶି ଧମକଚମକ ସହ ଅସଦାଚରଣ କରିବା ଘଟଣାକୁ ନେଇ ଉକ୍ତ ମହିଳାଙ୍କ ତୀର ମାଡ଼ରେ ମୃତ୍ୟୁ ହୋଇଥିବା ନେଇ ପୋଲିସ ତଦନ୍ତ ଜାରି ରଖିଛି।ବୀରମିତ୍ରପୁର ଥାନାଧିକାରୀ ରାମ ପ୍ରସାଦ ନାଗ, କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଅଭୟ ମହାପାତ୍ର ଓ ସୁନ୍ଦରଗଡ଼ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଭୋଜିଲେ ଦେଲେନି ମାଂସ, ରାଗରେ ନିଆଁବାଣ ହୋଇ ଗାଡ଼ି ଜାଳିଦେଲେ ୨ ଯୁବକ

ବଲାଙ୍ଗୀର, ୨୦।୪(ସୁନୀଲ କୁମାର ମହାନ୍ତି): ବିବାହ ଭୋଜିରେ ମାଂସ ଦେଲେ ନାହିଁ ବୋଲି ଏକ ଚାରିଚକିଆ ଗାଡକୁ ନିଆଁ ଲଗାଇ ପୋଡ଼ି ଦେଲେ କିଛି ଯୁବକ...

ଇତିହାସ ରଚିରେ Virat Kohli

ନୂଆଦିଲ୍ଲୀ,୨୦।୪: ବିରାଟ କୋହଲି ଏବେ ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟସମ୍ୟାନ ହୋଇଯାଇଛନ୍ତି। ସେ ଏହି ମାମଲାରେ ଡେଭିଡ ୱାର୍ଣ୍ଣରଙ୍କୁ...

Video: ପଞ୍ଜାବ ବିପକ୍ଷରେ ବିଜୟ ପରେ ଶ୍ରେୟସ ଆୟାରଙ୍କୁ ଉପହାସ କଲେ ବିରାଟ କୋହଲି

ନୂଆଦିଲ୍ଲୀ, ୨୦।୪: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମୁଲ୍ଲାନପୁରରେ ପଞ୍ଜାବ କିଙ୍ଗସ (ପିବିକେଏସ)କୁ ୭ ୱିକେଟରେ ପରାସ୍ତ କରିଛି। ଜିତେଶ ଶର୍ମାଙ୍କର ମ୍ୟାଚ୍ ବିଜୟୀ ଛକା...

JDU ନେତାଙ୍କ ଦାଦାଗିରି, ଡାକ୍ତରଙ୍କ ଚାମ୍ବରରେ ପଶି କଲେ ମାଡପିଟ

ପାଟନା,୨୦।୪: ପୁଣି ଥରେ ବିହାରରେ ଜଣେ ନେତାଙ୍କ ଦବଦବା ଚେହେରା ସାମ୍ନାକୁ ଆସିଛି। ଘଟଣାଟି ଆରା ଜିଲାର, ଯେଉଁଠାରେ JDUର ଶକ୍ତିଶାଳୀ ନେତା ପ୍ରିନ୍ସ ସିଂହ...

ଦୁଃଖଦ: ବୁଡ଼ି ଯାଉଥିଲେ ବାପା, ଉଦ୍ଧାର କରିବାକୁ ପୋଖରୀକୁ ଡେଇଁ ପଡ଼ିଲେ ଦୁଇ ପୁଅ, ହେଲେ…

କେନ୍ଦୁଝର, ୨୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଟାଙ୍ଗରାଣୀ ଗାଁରେ ପୋଖରୀରେ ବୁଡି ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାର କରିବାକୁ...

ନୂତନ ରାଶନ କାର୍ଡ ପ୍ରସ୍ତୁତି ନିମନ୍ତେ ଇ-କେୱାଇସି ଯାଞ୍ଚ ଜରୁରୀ

କେନ୍ଦୁଝର, ୨୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ନୂତନ ରାସନ କାର୍ଡ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଯାଞ୍ଚ ତଥା କ୍ଷେତ୍ର...

Top 5 Magnificent handloom sarees of Odisa: ରାଜ୍ୟ ସହ ରାଜ୍ୟ ବାହାରେ ବେଶ ଆଦୃତ ଓଡ଼ିଶାର ଏହି ହସ୍ତତନ୍ତ ଶାଢୀ

ଓଡ଼ିଶା ଏହାର ସମୃଦ୍ଧ ଏବଂ ବିବିଧ ସଂସ୍କୃତି, ଐତିହ୍ୟ ଏବଂ କଳା ପାଇଁ ବେଶ ଜଣାଶୁଣା। ଓଡ଼ିଶାର ସଂସ୍କୃତିର ସବୁଠାରୁ ପ୍ରମୁଖ ଦିଗ ହେଉଛି ଏହାର...

ଅସୁସ୍ଥ ହୋଇପଡ଼ିଛନ୍ତି ପଞ୍ଜାବ କିଙ୍ଗସର ମାଲିକାଣୀ Preity Zinta, IPL 2025ରେ ଲଗାତାର ଟ୍ରାଭେଲିଂ ପାଇଁ…

ନୂଆଦିଲ୍ଲୀ,୨୦।୪: ରବିବାର IPL 2025ରେ, ଡବଲ ହେଡରର ପ୍ରଥମ ମ୍ୟାଚ ମୁଲାନପୁର କ୍ରିକେଟ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image