ରାକ୍ଷୀଙ୍କ ସ୍ବାମୀଙ୍କ ନାଁରେ ବଳାତ୍କାର ଅଭିଯୋଗ

ମହୀଶୂର, ୧୪।୨: ବଲିଉଡ୍‌ ଆଇଟମ୍‌ ଗର୍ଲ ରାଷୀ ସାଓ୍ବନ୍ତଙ୍କ ସ୍ବାମୀ ଆଦିଲଙ୍କ ନାଁରେ ଜଣେ ଇରାନୀୟ ଛାତ୍ରୀ ମହୀଶୂର ଥାନାରେ ବଳାତ୍କାର ଅଭିଯୋଗ ଆଣିବା ପରେ ତାଙ୍କ ବରୋଧରେ ଅଭିଯୋଗ ହୋଇଛି। ଅଭିଯୋଗକାରିଣୀ ଛାତ୍ରୀଜଣକ ୫ ବର୍ଷ ପୂର୍ବେ ପାଠପଢ଼ିବା ପାଇଁ ମହୀଶୂର ଆସିଥିଲେ। ଆଦିଲ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ପୋଲିସ କହିଛି। କିନ୍ତୁ ଗତ ୫ ମାସ ତଳେ ଆଦିଲ ଉକ୍ତ ଯୁବତୀଙ୍କୁ ବାହାହେବେ ନାହିଁ ବୋଲି ମନା କରିବା ପରେ ସେ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଆଦିଲଙ୍କ ବିରୋଧରେ ଏହା ଦ୍ୱିତୀୟ ଅଭିଯୋଗ ।
ପୂର୍ବରୁ ରାକ୍ଷୀ ସାଓ୍ବନ୍ତ ଆଦିଲଙ୍କ ବିରୋଧରେ ଶାରୀରିକ ନିର୍ଯାତନା, ଟଙ୍କା ହେର୍‌ଫେର୍‌ ଅଭିଯୋଗ କରିବା ପରେ ଆଦିଲଙ୍କୁ ପୋଲିସ ଗିରଫ କରିଥିଲା।

Share