ବଳାତ୍କାର ଉଦ୍ୟମରେ ବିଫଳ ହେବାରୁ ବୃଦ୍ଧାଙ୍କ ପ୍ରାଇପାର୍ଟରେ ଛୁରି ଭୁସିଲେ ଯୁବକ

ଜୟପୁର,୫ା୬: ରାଜସ୍ଥାନର ଡୁଙ୍ଗରପୁର ଜିଲାରୁ ଏକ ଅମାନବୀୟ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ମଦନିଶାରେ ଜଣେ ଯୁବକ ପଡ଼ୋଶୀ ବୃଦ୍ଧାଙ୍କୁ ବଳାତ୍କାର ଉଦ୍ୟମ କରି ଏଥିରେ ବିଫଳ ହେବାରୁ ରାଗରେ ବୃଦ୍ଧାଙ୍କ ପ୍ରାଇଭେଟ ପାର୍ଟରେ ଚୁରି ଭୁସି ହତ୍ୟା କରିଛନ୍ତି।

କୁଆଁ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଥାନାଧିକାରୀ ମହମ୍ମଦ ରିଜିଓ୍ବାନ କହିଛନ୍ତି, ବୃଦ୍ଧାଙ୍କ ନାତୁଣୀ ପୋଲିସରେ ଅଭିଯୋଗ କରିଛନ୍ତି। ନାତୁଣୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଜେଜେମା-ଜେଜେବାପାଙ୍କ ଘର ତାଙ୍କ ଘର ନିକଟରେ। ସେ ପୂର୍ବପରି ଜେଜେମା-ଜେଜେବାପାଙ୍କୁ ଖାଇବାକୁ ଦେଇ ଘରକୁ ଫେରି ଆସିଥିଲେ। କିଛି ସମୟ ପରେ ଜେଜେମା-ଜେଜେବାପାଙ୍କ ପାଟି ଶୁଭିଥିଲା। ତା’ ପରେ ସେ ପୁଣି ଦୌଡ଼ି ଆସି ଦେଖିଲେ ଯେ, ଜେଜେମା ତଳେ ପଡ଼ିଛନ୍ତି। ତାଙ୍କ ପ୍ରାଇଭେଟ୍‌ ପାର୍ଟରୁ ରକ୍ତ ବାହାରୁଛି। ତାଙ୍କ ଜେଜେମା ଏହି ସମୟରେ କହିଥିଲେ ପଡ଼ୋଶୀ ହୁରଜ ବାମଣିଆ ନାମକ ଜଣେ ଯୁବକ ମଦନିଶାରେ ତାଙ୍କ ଘରକୁ ଆସି ବଳାତ୍କାର ଉଦ୍ୟମ କରିଥିଲେ। ଯେତେବେଳେ ସେ ବିରୋଧ କଲେ ସେ ତାଙ୍କର ଏମିତି ଅବସ୍ଥା କରିଥିଲେ। ବୃଦ୍ଧାଙ୍କୁ ତୁରନ୍ତ ଚିଖଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବୃଦ୍ଧାଙ୍କୁ ସାଗଓ୍ବାଡା ହସ୍ପିଟାଲ ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତଦେହ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଘଟଣାର ତଦନ୍ତ କରୁଛି। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ କହିଛନ୍ତି।

Share