Categories: ଜାତୀୟ

୭ ଜଣଙ୍କ ବିରୋଧରେ ଗଣବଳାତ୍କାର ମାମଲା

ହାଭେରି,୧୩।୧: କର୍ନାଟକର ହାଭେରି ଜିଲାରେ ଏକ ହୋଟେଲ ମଧ୍ୟରେ ଜବରଦସ୍ତ ପ୍ରବେଶ କରି ଆନ୍ତଃଧର୍ମ ଦମ୍ପତିଙ୍କୁ ମାଡ଼ ମାରିଥିବା ୭ ଅଭିଯୁକ୍ତଙ୍କ ବିରୋଧରେ ଗଣବଳାତ୍କାର ମାମଲା ରୁଜୁ ହୋଇଛି। ତାଙ୍କୁ ଗଣବଳାତ୍କାର କରାଯାଇଥିବା ପୀଡ଼ିତା ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ବୟାନ ରେକର୍ଡ କରାଇବା ପରେ ପୋଲିସ ଏତଲାରେ ଆଇପିସିର ଦଫା ୩୭୬(ଡି) ଲଗାଇଛି। ଗତ ୮ ତାରିଖରେ ଘଟିଥିବା ଏହି ଆକ୍ରମଣ ଘଟଣାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜଣେ ଅଭିଯୁକ୍ତ ଦୁର୍ଘଟଣାଗ୍ରସ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ହସ୍ପିଟାଲରୁ ମୁକୁଳିବା ପରେ ତାଙ୍କୁ ହାଜତକୁ ନିଆଯିବ। ଅନ୍ୟ ୩ ଜଣଙ୍କ ପରିଚୟ ମିଳିଥିବାବେଳେ ପୋଲିସ ସେମାନଙ୍କୁ ଖୋଜୁଛି। ଆକ୍ରମଣକାରୀ ୬ ଜଣ ଥିଲେ ବୋଲି ପୀଡ଼ିତା ପ୍ରଥମେ କହିଥିଲେ। ପରେ ସେ ଅନ୍ୟ ଜଣେ ସମ୍ପୃକ୍ତ ଥିବା ପୋଲିସକୁ ଜଣାଇଥିଲେ।

Share