Categories: ଜାତୀୟ

ବଳାତ୍କାର ମାମଲାର ସମାଧାନ ଆପୋଷ ବୁଝାମଣା ଦ୍ୱାରା ସମ୍ଭବ: ହାଇକୋର୍ଟ…

ଲକ୍ଷ୍ନୌ,୧୪।୬ : ବଳାତ୍କାର ମାମଲାରେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆପୋଷ ବୁଝାମଣା ଆଧାରରେ ବଳାତ୍କାର ମାମଲାର ସମାଧାନ ସମ୍ଭବ ବୋଲି ହାଇକୋର୍ଟ କହିଛନ୍ତି। କୁହାଯାଉଛି ଯଦି ଅଭିଯୁକ୍ତଙ୍କ ବିରୋଧରେ ରେକର୍ଡରେ କୌଣସି ପ୍ରମାଣ ନ ଥାଏ ଏବଂ ପୀଡିତା ମଧ୍ୟ ତାଙ୍କ ବିବୃତ୍ତିରେ କୌଣସି ଅଭିଯୋଗ ନ କରନ୍ତି ତେବେ ମାମଲାର ସମାଧାନ ସମ୍ଭବ ହୋଇପାରେ।

ହାଇକୋର୍ଟର ଜଷ୍ଟିସ ଅରୁଣ କୁମାର ସିଂ ଦେଶୱାଲଙ୍କ ସିଙ୍ଗଲ ବେଞ୍ଚ କହିଛନ୍ତି ଆଇପିସିର ଧାରା ୩୭୬ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ମାମଲା ଆପୋଷ ବୁ ଝାମଣା ଅନୁଯାୟୀ ବନ୍ଦ ହୋଇପାରିବ। ଯଦିଓ କୋର୍ଟ କହିଛନ୍ତି ସାଧାରଣତଃ ହାଇକୋର୍ଟ ଯୌନ ଅପରାଧ ମାମଲାରେ ହସ୍ତକ୍ଷେପ କରିବା ଉଚିତ ନୁହେଁ, କିନ୍ତୁ ବିଶେଷ ପରିସ୍ଥିତିରେ, ସିଆପିସି ର ଧାରା ୪୮୨ଅନୁଯାୟୀ ପ୍ରାପ୍ତ କ୍ଷମତା ଅନୁଯାୟୀ ହସ୍ତକ୍ଷେପ କରାଯାଇପାରିବ। ଅପରାଧର ଗମ୍ଭୀରତା, ଯୌନ ନିର୍ଯାତନାର ପ୍ରଭାବ, ସମାଜ ଉପରେ ଏହାର ପ୍ରଭାବ, ଅଭିଯୁକ୍ତଙ୍କ ବିରୋଧରେ ଉପଲବ୍ଧ ପ୍ରମାଣକୁ ବିଚାର କରାଯାଇପାରେ।

ବଳାତ୍କାର ଏବଂ ପୋକ୍ସୋ ଆକ୍ଟ ଅନୁଯାୟୀ ବରେଲିର ବାରାଦାରୀ ପୋଲିସ ଷ୍ଟେଶନରେ ଆବେଦନକାରୀ ଫଖରେ ଆଲାମଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜୀକୃତ ହୋଇଥିଲା। ପୋଲିସ ଏହି ମାମଲାରେ ଚାର୍ଜଶିଟ ଦାଖଲ କରିତତ୍ଲା। ଚାର୍ଜଶିଟ ଆଧାରରେ କୋର୍ଟ ଅଭିଯୁକ୍ତଙ୍କୁ ୱାରେଣ୍ଟ ଜାରି କରିଥିଲେ। ଆବେଦନକାରୀ ଦାଖଲ ହୋଇଥିବା ଚାର୍ଜଶିଟ ଏବଂ ସେସନ୍ସ କୋର୍ଟଙ୍କ ଦ୍ୱାରା ଜାରି ୱାରେଣ୍ଟକୁ ଚ୍ୟାଲେଞ୍ଜ କରିଥିଲେ।

ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା ଅଭିଯୁକ୍ତଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ। ପୀଡିତା ମାଜିଷ୍ଟ୍ରେଟଙ୍କ ନିକଟରେ ଦେଇଥିବା ବିବୃତ୍ତିରେ କହିଛନ୍ତି ସେ ସ୍ବଇଚ୍ଛାରେ ଅଭିଯୁକ୍ତଙ୍କ ସହ ଯାଇଥିଲେ। ସେ ସ୍ବଇଚ୍ଛାରେ ତାଙ୍କୁ ବିବାହ କରିଥିଲେ ଏବଂ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଭାବରେ ଏକାଠି ରହୁଛନ୍ତି। ଉଭୟ ପକ୍ଷ ମଧ୍ୟରେ ଏକ ବୁଝାମଣା ହୋଇଛି ଏବଂ ପୀଡ଼ିତାଙ୍କ ବୟସ ୧୮ ବର୍ଷରୁ ଅଧିକ ଅଟେ। ସ୍ବତନ୍ତ୍ର ଜଜ ପୋକ୍ସୋ ଆକ୍ଟ ଏହି ଚୁକ୍ତିନାମାକୁ ନିଶ୍ଚିତ କରିଛନ୍ତି।

Share