Categories: ଜାତୀୟ

ବଳାତ୍କାର ମାମଲାରେ ଏଲଜେପିର ପ୍ରିନ୍ସ ପାଶ୍ୱାନ

ନୂଆଦିଲ୍ଲୀ,୧୪।୯: ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ଏମ୍‌ପି ଚିରାଗ ପାଶ୍ୱାନଙ୍କ ସମ୍ପର୍କୀୟ ଭାଇଙ୍କ ନାମରେ ବଳାତ୍କାର ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ଏହି ମାମଲାରେ ଚିରାଗଙ୍କ ନାମ ମଧ୍ୟ ରହିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମହିଳା ଜଣକ ଏଲଜେପିିର ଜଣେ ପୂର୍ବତନ କର୍ମୀ। ୩ ମାସ ତଳେ ସେ ପ୍ରିନ୍ସଙ୍କ ନାମରେ ବଳାତ୍କାର ଅଭିଯୋଗ ଆଣିଥିଲେ। କିନ୍ତୁ ଏହାକୁ ଅଣଦେଖା କରି ଦେଇଥିଲେ ପୋଲିସ । ପରେ ପୀଡ଼ିତା ଜଣକ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ପ୍ରିନ୍ସ ଖଣ୍ଡନ କରିଛନ୍ତି। ମହିଳା ଜଣକ ମିଛ କହୁଥିବା ସେ ଅଭିଯୋଗ କରିଛନ୍ତି। ମହିଳାଙ୍କ ବିରୋଧରେ ସେ ଏଫ୍‌ଆଇଆର ରୁଜୁ କରାଇଥିବା କହିଛନ୍ତି।

Share