ବଳାତ୍କାର ମାମଲା, ଫେରାର ଅଭିଯୁକ୍ତଙ୍କ ଘରେ ନୋଟିସ

ଗୋପାଳପୁର,୪ା୭(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅନ୍ତର୍ଗତ ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ କୋର୍ଟରୁ ଅଭିଯୁକ୍ତ ଜାମିନରେ ଆସି ଫେରାର ଥିବା ଗୋବିନ୍ଦନଗର ଗ୍ରାମରେ ଦେଉଳ ସାହିର ଦେବରାଜ ସାହୁଙ୍କ ଘର ଅଗରେ ଗୋଳନ୍ଥରା ପୋଲିସ ସୋମବାର ନୋଟିସ ଲଗାଇଛି। ଏଥିସହ ଏକ ମାସ ମଧ୍ୟରେ କୋର୍ଟରେ ହାଜର ନ ହେଲେ ତାଙ୍କ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତି ବାଜ୍ୟାପ୍ତି କରାଯିବ ବୋଲି ପୋଲିସ ଡାକବାଜି ଯନ୍ତ୍ର ମାଧ୍ୟମରେ ସାହିରେ ଘୋଷଣା କରିଛି।
୭ ଅକ୍ଟୋବର ୨୦୨୦ରେ ଏହି ଥାନା ଅନ୍ତର୍ଗତ ଗୋବିନ୍ଦନଗର ଗ୍ରାମରେ ଦେବରାଜ ସାହୁ ଜଣେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅପହରଣ କରି ନେବା ସହ ବାରମ୍ବାର ବଳାତ୍କାର କରିଥିଲେ। ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଗୋଳନ୍ଥରା ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ନଂ .୨୭୫/୨୦ରେ ଏକ ମାମଲା ରୁଜୁ ହେବା ସହ ନାବାଳିକାଙ୍କୁ ଉଦ୍ଧାର କରି ଦେବରାଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିଛି ମାସ ପରେ ଦେବରାଜ କୋର୍ଟରୁ ଜାମିନ ପାଇ ଜେଲରୁ ଆସି ଫେରାର ହୋଇଯାଇଥିଲା। ପରବର୍ତୀ ସମୟ ବିଚାର ସମୟରେ ଦେବରାଜ କୋର୍ଟରେ ହାଜର ହେଉନଥିଲେ। କୋର୍ଟ ପକ୍ଷରୁ ନୋଟିସ ଜାରୀ କରାଯାଇଥିଲେ ମଧ୍ୟ ହାଜର ହୋଇନଥିଲେ। ଏ ନେଇ କୋର୍ଟ ପକ୍ଷରୁ ଜାମିନ ବିହୀନ ଗିରଫ ପରୱାନା ଜାରୀ କରାଯାଇଥିଲା। ସୋମବାର ପ୍ରବେଶନ ଆଇପିଏସ ଅଙ୍କିତ କୁମାର ବର୍ମା, ଇନ୍ସପେକ୍ଟର ବିବେକାନନ୍ଦ ମହନ୍ତ, ଏସ୍‌ଆଇ ଜ୍ଞାନ ରଞ୍ଜନ ସାହୁ ପ୍ରମୁଖ ଗୋବିନ୍ଦନଗରରେ ପହଞ୍ଚି ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରିବା ସହ ଅଭିଯୁକ୍ତ ବାପାମାଙ୍କୁ ନୋଟିସ ଦେବା ସହ ଘର ସମ୍ମୁଖରେ ଏକ ନୋଟିସ ଟାଙ୍ଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଏଣ୍ଟ ଖାତା ଖୋଲିଲା ମୁମ୍ବାଇ

ମୁମ୍ବାଇ,୩୧।୩: ପଦାର୍ପଣକାରୀ ଅଶ୍ୱନୀ କୁମାରଙ୍କ ଘାତକ ବୋଲିଂ ଓ ରିଆନ ରିକଲଟନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ୮ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ...

ହାଇୱା ପଛରେ ପିଟିଲା ବାଇକ୍‌: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଲାଞ୍ଜିଗଡ,୩୧ା୩( ରମେଶ ଚନ୍ଦ୍ର ନାୟକ):ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦାନ୍ତ କାରଖାନା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛରେ...

ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ…

ପାଟଣା,୩୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପ୍ରେମ, ପ୍ରତରଣା ପରେ ଧୋକା ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ...

ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ବୁର୍ଲା ପୋଲିସ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ(୨୭)ଙ୍କୁୁ ଗିରଫ କରଛି।...

ହଳଧର ସାହିତ୍ୟ ଅସ୍ମିତାର ଆବାହକ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକକବିଙ୍କୁ ଶୁଭେଚ୍ଛା

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କ ୭୫ ତମ ଜନ୍ମଦିନ ଅବସରରେ ବରଗଡ଼ରେ ସୋମବାର ତ୍ରିଦିବସୀୟ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଅନୁଷ୍ଠିତ...

ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା...

ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ:ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟର ସୁହାନୀ ମନୋନୀତ

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ ଅବସରରେ ଗତ ୨ ଦିନ...

ବିକାଶ ଶିକ୍ଷାନୁଷ୍ଠାନରେ ସେମିନାର

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିକାଶ ସ୍କୁଲ ଅଫ୍‌ ବିଜନେସ୍‌ ମ୍ୟାନେଜମେଣ୍ଟ ପକ୍ଷରୁ କ୍ୱାଣ୍ଟମ୍‌ ଟେକ୍ନୋଲୋଜି ଏବଂ ନାନୋଚିପ୍‌ ଟେକ୍ନୋଲୋଜି ବିଷୟରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image