Categories: ଜାତୀୟ

ଗଣବଳାତ୍କାର ମାମଲା: ୨ ଅଭିଯୁକ୍ତଙ୍କୁ ଗୁଳି କଲା ପୋଲିସ

ବେଙ୍ଗାଲୁରୁ,୨୮ା୫- କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ଗଣବଳାତ୍କାର ମାମଲାରେ ଗିରଫ ହୋଇଥିଲେ ୬ ବାଂଲାଦେଶୀ। ଶୁକ୍ରବାର ପୋଲିସ ସେମାନଙ୍କୁ କ୍ରାଇମ୍‌ ସିନ୍‌ ରିକ୍ରିଏଟ୍‌ ପାଇଁ ଘଟଣାସ୍ଥଳକୁ ନେଇଥିଲା। ୬ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ପୋଲିସକୁ ଆକ୍ରମଣ କରି ଖସିବାକୁ ଉଦ୍ୟମ କରିଥିଲେ। ବାଧ୍ୟହୋଇ ପୋଲିସକୁ ଗୁଳି ଚଳାଇବାକୁ ପଡ଼ିଥିଲା। ଦୁହିଁଙ୍କ ଗୋଡ଼ରେ ଗୁଳି ବାଜିଛି। ଉଭୟଙ୍କ ବୟସ ପ୍ରାୟ ୨୦ ବର୍ଷ ହେବ। ଆହତ ଅଭିଯୁକ୍ତଙ୍କୁ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଉଲ୍ଲେଖଯୋଗ୍ୟ, ବେଆଇନ ବାଂଲାଦେଶୀ ପ୍ରବାସୀ ଜଣେ ଯୁବତୀଙ୍କୁ ବଳାତ୍କାର ପରେ ଆକ୍ରମଣ କରିଥିଲେ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭାଇରାଲ କ୍ଲିପ୍‌ ଆଧାରରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଧରିଥିଲା। ତେବେ ପୀଡ଼ିତା ମଧ୍ୟ ଜଣେ ବାଂଲାଦେଶୀ। ତାଙ୍କୁ ଏପର୍ଯ୍ୟନ୍ତ ପୀଡ଼ିତାଙ୍କୁ ଠାବ କରାଯାଇ ନାହିଁ। ଟଙ୍କା ଭାଗବଣ୍ଟାକୁ ନେଇ ବିବାଦ ଉପୁଜିବା ପରେ ଉକ୍ତ ମହିଳାଙ୍କୁ ଗଣବଳାତ୍କାର କରିଥିଲେ। ଏହାପରେ ଭଙ୍ଗା କାଚରେ ତାଙ୍କୁ ଆକ୍ରମଣ କରିଥିଲେ। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଭିଡିଓ କରିଥିଲେ।

Share