Categories: ଜାତୀୟ

ଆଜୀବନ ଜେଲଦଣ୍ଡ ପାଇବା ପରେ ଏମିତି କାଣ୍ଡ ଘଟାଇଲେ ବଳାତ୍କାରୀ

ସୁରଟ,୨୯।୧୨: ୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୨୭ ବର୍ଷୀୟ ବ୍ୟକ୍ତିଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଥିଲେ ସୁରାଟର ଏକ କୋର୍ଟ। ଦଣ୍ଡାଦେଶ ଶୁଣାଇବା ପରେ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ପି ଏସ୍‌ କଲାଙ୍କ ଉପରକୁ ଚପଲ ଫୋପାଡ଼ିଥିଲେ ଦୋଷୀ ସାବ୍ୟସ୍ତ ହୋଇଥିବା ସୁଜିତ ସାକେତ। କିନ୍ତୁ ଭାଗ୍ୟବଶତଃ ଚପଲ ଟାର୍ଗେଟରେ ନ ବାଜି ସାକ୍ଷୀ ବକ୍ସ ପାଖରେ ପଡ଼ି ଯାଇଥିଲା।

ଅଭିଯୋଗକାରୀ ପକ୍ଷଙ୍କ ଅନୁଯାୟୀ, ଦୋଷୀ ସାବ୍ୟସ୍ତ ହୋଇଥିବା ସୁଜିତଙ୍କ ଘର ମଧ୍ୟପ୍ରଦେଶରେ। ଚଳିତ ବର୍ଷ ଏପ୍ରିଲ ୩୦ ତାରିଖରେ ଜଣେ ପ୍ରବାସି ଶ୍ରମିକଙ୍କ ନାବାଳିକା ଝିଅଙ୍କୁ ବଳାତ୍କାର କରିବା ପରେ ହତ୍ୟା କରିଥିଲେ।

ଘଟଣା ଦିନ ନାବାଳିକାଙ୍କୁ ଏକୁଟିଆ ପାଇ ଚକୋଲେଟ୍‌ ଦେଇ ପ୍ରଲୋଭିତ କରିଥିଲେ। ନାବାଳିକାଙ୍କୁ ଏକ ସ୍ଥାନକୁ ଉଠାଇ ନେଇ ସେଠାରେ ଅପରାଧ ଘଟାଇବା ପରେ ତଣ୍ଟିଚିପି ହତ୍ୟା କରିଥିଲେ ପୀଡ଼ିତାଙ୍କୁ। ଏହି ମାମଲାରେ ୨୬ ସାକ୍ଷୀଙ୍କ ବୟାନ ଓ ୫୩ଟି ପ୍ରମାଣକୁ ଆଧାର କରି ସୁଜିତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ।

Share