Categories: ଜାତୀୟ

ବଳାତ୍କାର ହତ୍ୟାଠାରୁ ଜଘନ୍ୟ ଅପରାଧ, ପୋକ୍ସୋ କୋର୍ଟଙ୍କ ରାୟ…

ମୁମ୍ବାଇ, ୧୦।୪ : ମୁମ୍ବାଇରେ ଜଣେ ୧୫ ବର୍ଷ ବୟସ୍କା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ପୋକ୍ସୋ କୋର୍ଟ ଦୋଷୀଙ୍କୁ ଦଶ ବର୍ଷ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି। ବାଳିକା ଜଣଙ୍କ ମାନସିକ ସ୍ତରରେ ଅସୁସ୍ଥ ଥିଲେ। ଅଭିଯୁକ୍ତ ଅନ୍ୟ ଜଣେ ଯୁବକଙ୍କ ସହ ମିଶି ତାଙ୍କର ବଳାତ୍କାର କରିବାକୁ ଚେଷ୍ଟା କରିଥିଲେ। ଏହି ମାମଲାର ଶୁଣାଣି ସମୟରେ ପୋକ୍ସୋ କୋର୍ଟ କହିଛନ୍ତି ଯେ ହତ୍ୟା ଅପେକ୍ଷା ବଳାତ୍କାର ଏକ ଜଘନ୍ୟ ଅପରାଧ । ଏହା ପୀଡିତାଙ୍କ ଆତ୍ମାରେ ଗଭୀର ଆଘାତ ଦେଇଥାଏ।

ଏହି ମାମଲାରେ ପୀଡ଼ିତା କୋର୍ଟରେ ହାଜର ହୋଇ ଅଭିଯୁକ୍ତଙ୍କ ବିରୋଧରେ ବିବୃତ୍ତି ଦେଇଥିଲେ। ସ୍ବତନ୍ତ୍ର ବିଚାରପତି ଏଚ.ସି ସିନ୍ଦେ କହିଛନ୍ତି ଯେ ପୀଡିତାଙ୍କ ବକ୍ତବ୍ୟ ଗ୍ରହଣଯୋଗ୍ୟ। ପୀଡିତାଙ୍କୁ ବଳାତ୍କାର କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ତାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ଏହି ମାମଲାରେ ପୀଡିତା ଜଣକ ଅଭିଯୁକ୍ତକୁ ଚିହ୍ନଟ କରିଥିଲେ।

୨୦୧୫ ସେପ୍ଟେମ୍ବର ୪ ମା’ ପୀଡ଼ିତାଙ୍କ ଆଚରଣରେ ଏକ ପରିବର୍ତ୍ତନ ଦେଖିଥିଲେ। ପଚରା ଉଚରା ପରେ ପୀଡ଼ିତା ସମସ୍ତ କଥା ଖୋଲି କହିଥିଲେ। ସେ ମା’ଙ୍କୁ କହିଥିଲେ ଯେ ଅଭିଯୁକ୍ତ ତାଙ୍କୁ ୧୦ ଟଙ୍କା ଦେଇ ଏକ ନିର୍ଜନ ସ୍ଥାନକୁ ନେଇ ବଳାତ୍କାର କରିବାର ଉଦ୍ୟମ କରିଥିଲେ। ପରେ ମା‘ ଏନେଇ ପୋଲିସ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଅଭିଯୁକ୍ତଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବାକୁ କୋର୍ଟ ମନା କରି ଦେଇଛନ୍ତି।
କୋର୍ଟ ଏଭଳି ଅପରାଧ ସଭ୍ୟ ସମାଜ ଉପରେ ଖରାପ ପ୍ରଭାବ ପକାଉଥିବା କହିଛନ୍ତି।

Share