ସୋନିତପୁର, ୧୫।୨: ଆସାମର ସୋନିତପୁର ଜିଲା ଢେକିଆଜୁଲି ଚା’ ବଗିଚାରେ ମଙ୍ଗଳବାର ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ପୋଲିସକୁ ମୃତଦେହ ମିଳିବା ପରେ ସ୍ବତନ୍ତ୍ର ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ଅଭିଯୁକ୍ତଙ୍କୁ ଧରି କଠୋର ଦଣ୍ଡ ଦେବା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି।