Categories: ଜାତୀୟ

ଦଳିତ ନାବାଳିକାଙ୍କୁ ଗଣବଳାତ୍କାର, ହତ୍ୟା

ବରେଲି,୧୭ା୮: ଉତ୍ତରପ୍ରଦେଶରେ ମହିଳା ବିରୋଧୀ ହିଂସା ଥମିବାର ନାଁ ନେଉନାହିଁ। ଲକ୍ଷ୍ମୀପୁର ଖେରି ଜିଲାରେ ଶୁକ୍ରବାର ଜଣେ ଦଳିତ ନାବାଳିକାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଛି। ଇସାନନଗର ଅଞ୍ଚଳର ପକାରିଆ ଗ୍ରାମସ୍ଥିତ ଏକ ଚାଷଜମିରେ ଶୌଚ କରିବାରୁ ତାଙ୍କୁ ଏପରି କରାଯାଇଥିବା ଜଣାପଡ଼ିଛି। ପୋଲିସ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନାନୁଯାୟୀ ୧୩ ବର୍ଷୀୟା ଝିଅ ଜଣକ ଶୌଚ ହେବା ପାଇଁ ବିଲକୁ ଯାଇ ଆଉ ଫେରି ନ ଥିଲେ। ସେ ନିଖୋଜ ହୋଇଯିବା ପରେ ପରିବାର ଲୋକେ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର ପତ୍ତା ମିଳି ନ ଥିଲା। ପରେ ତାଙ୍କ ମୃତଦେହ ଆଖୁ ଚାଷ କରାଯାଇଥିବା ଜମିରେ ମିଳିଥିଲା। ତାଙ୍କ ଆଖି ଓ ଜିଭରେ ଅନେକ କ୍ଷତଚିହ୍ନ ରହିଥିଲା। ତାଙ୍କୁ ତଣ୍ଟିଚିପି ହତ୍ୟା କରିବା ପୂର୍ବରୁ ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ହତ୍ୟା ପୂର୍ବରୁ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଇସାନନଗର ପୋଲିସ କହିଛି, ସଞ୍ଜୟ କୁମାରଙ୍କ ବିଲକୁ ପୀଡ଼ିତାଙ୍କ ପରିବାର ଲୋକେ ଶୌଚ ପାଇଁ ଯାଉଥିବାରୁ ଏହାକୁ ନେଇ ବିବାଦ ଲାଗିରହିଥିଲା। ଅଭିଯୁକ୍ତ ସଞ୍ଜୟ ଓ ସନ୍ତୋଷଙ୍କୁ ଗିରଫ କରାଯାଇଛି। ଜେରାବେଳେ ସେମାନେ ଦୋଷ ସ୍ବୀକାର କରିଛନ୍ତି।
ଏହି ଘଟଣା ଲୋକଲୋଚନକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନେତୃତ୍ୱାଧୀନ ଭାଜପା ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ହିନ୍ଦୀରେ ଟୁଇଟ୍‌ କରି ଲେଖିଛନ୍ତି, ଲକ୍ଷ୍ମୀପୁର ଖେରୀ ଘଟଣା ମାନବିକତାକୁ ଦୋହଲାଇ ଦେଇଛି। ଭାଜପା ଶାସନରେ ଶିଶୁ ଓ ମହିଳାଙ୍କ ଉପରେ ନିର୍ଯାତନା ବଢ଼ିବାରେ ଲାଗିଛି। ଅପହରଣ, ବଳାତ୍କାର ଓ ହତ୍ୟା ଭଳି ଜଘନ୍ୟ କାଣ୍ଡ ଭିଆଉଥିବା ଅପରାଧୀଙ୍କୁ ଭାଜପା ସରକାର କାହିଁକି ସୁରକ୍ଷା ଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଜିତିନ୍‌ ପ୍ରସାଦଙ୍କ ମତରେ ଏହି ଅମାନବୀୟ କାଣ୍ଡ ମାନବିକତାକୁ ଲଜ୍ଜିତ କରିଛି। ଏପରି ବଡ଼ ଅପରାଧ ଘଟୁଥିବାବେଳେ ପୋଲିସ କ’ଣ କରୁଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହ ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ଦାବି କରିଛନ୍ତି। ସେହିପରି ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଏହାର ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସମାଜବାଦୀ ପାର୍ଟି ଓ ଭାଜପା ସରକାର ମଧ୍ୟରେ କ’ଣ ଫରକ ରହିଛି ବୋଲି ସେ ଟୁଇଟ୍‌ କରିଛନ୍ତି।

Share