Advertisement

୪ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର: ୧୦ ଟଙ୍କା ଦେଇ ପାଟି ନ ଖୋଲିବାକୁ ଧମକ

ଦେବଗଡ଼,୧୫।୧୧(ଶେଖର ଝାଙ୍କର): ୪ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲା ବାରକୋଟ ଥାନା ଅଞ୍ଚଳରେ। ପୋଲିସ  ଘଟଣାରେ ସମ୍ପୃକ୍ତ ଉକ୍ତ ଅଞ୍ଚଳର  ଜଣେ ଯୁବକଙ୍କୁ  ଗିରଫ କରି ବୁଧବାର କୋର୍ଟଚାଲାଣ କରିଥିବା ଜଣାପଡିଛି ।
ଅଭିଯୁକ୍ତ ଜଣଙ୍କ ହେଲେ ତୁଫାନ ଲୁହୁରା (୨୧) ।  ଶିଶୁକନ୍ୟାଙ୍କ ମା’ ଓ ବାପା ଚାଷ କାମ ପାଇଁ ବାହାରକୁ ଯାଇଥିବା ବେଳେ ସେ ନିଜ ଘର ଅଗଣାରେ ଏକୁଟିଆ ଖେଳୁଥିଲେ । ଏହାର ସୁଯୋଗ ନେଇ  ତୁଫାନ ଶିଶୁକନ୍ୟାଙ୍କୁ  ନିଜ ଘରକୁ ଡାକି ବଳାତ୍କାର କରିବା ସହ ୧୦ ଟଙ୍କା ଦେଇ  ପାଟି  ନ ଖୋଲିବାକୁ କହିଥିଲେ।  ଏହା ସହ ସହ ମା’, ବାପା ଓ ଆଈଙ୍କୁ ଜୀବନରୁ  ମାରିଦେବାକୁ ଧମକ ଦେଇଥିଲେ।   ମା’  କାମ ସାରି  ସନ୍ଧ୍ୟାରେ ଫେରିବା ପରେ ଏକଥା ଜାଣି  ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବାରକୋଟ  ପୋଲିସ ତୁଫାନଙ୍କୁ ଗିରଫ କରି  କୋର୍ଟ ଚାଲାଣ  କରିଥିଲା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel