Advertisement

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର, ବିବାହିତ ଯୁବକଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ

ବରଗଡ଼,୨୫ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଗ୍ରାମାଞ୍ଚଳ ଥାନା ଅଧୀନ ଏକ ଗ୍ରାମରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ବଳାତ୍କାର ଅଭିଯୁକ୍ତ ଜଣେ ବିବାହିତ ଯୁବକ ଏବଂ ତାଙ୍କ ଏକ ପୁତ୍ର ସନ୍ତାନ ରହିଥିବା ସାଧାରଣରେ ଆଲୋଚିତ ହେଉଛି। ଏନେଇ ବୁଧବାର ପୀଡ଼ିତା ନାବାଳିକାଙ୍କ ବାପା ବରଗଡ଼ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଏତଲାକୁ ଭିତ୍ତିକରି କେସ୍‌ ନଂ ୧୯୬/୨୩ ରୁଜୁ ହୋଇଛି ଏବଂ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ଚାଲିଛି ବୋଲି ଗ୍ରାମାଞ୍ଚଳ ଥାନା ଆଇଆଇସି ଇସ୍‌ମାଇଲ ଏକ୍କା କହିଛନ୍ତି।

ପ୍ରକାଶ ଯେ, ଅଭିଯୁକ୍ତ ଯୁବକ ଜଣକ ପୀଡ଼ିତାଙ୍କ ପଡ଼ୋଶୀ ଅଟନ୍ତି। ଗତ ୨୩ ତାରିଖରେ ତାଙ୍କ ଘରକୁ ଡାକି ନେଇ ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ତେବେ ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ପୂର୍ବରୁ ମଧ୍ୟ ପୀଡ଼ିତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ତେବେ ଏ ନେଇ ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୁକ୍ତଙ୍କୁ ପଚାରିଲେ ସେ ଓଲଟା ଧମକଚମକ ଦେଉଥିବା ଅଭିଯୋଗ ହୋଇଛି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବିହିତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share