ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

କୁଚିଣ୍ଡା,୨୪ା୬(ଡି.ଏନ.ଏ.): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଆଇପିସିର ଦଫା ୩୬୩, ୩୬୬, ୩୭୬(୨)ରେ ଏକ ବଳାତ୍କାର ମାମଲା (ନଂ.୧୧୨/୨୨) ରୁଜୁ କରି ଅଭିଯୁକ୍ତ ରଞ୍ଜିତ ଏକ୍କାଙ୍କୁ ଗିରଫ କରି ସମ୍ବଲପୁର ଜିଲା ଦୌରାଜଜ୍‌ଙ୍କ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ୨୧ତାରିଖ ରାତିରେ ନାବାଳିକାଙ୍କୁ ରଞ୍ଜିତ ଅପହରଣ କରି ନିକଟସ୍ଥ ଜଙ୍ଗଲରେ ବଳାତ୍କାର କରିଥିଲେ। ଏନେଇ ୨୨ ତାରିଖରେ ଗୋବିନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା।

Share