ସରକାରୀ ବାବୁଙ୍କ ଘରେ ନାବାଳିକାଙ୍କୁ ବଳାତ୍କାର

ବାଲିଚନ୍ଦ୍ରପୁର,୩।୧୧(ସ୍ବ.ପ୍ର.): ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ସୋମବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗରୁ ଜଣାପଡ଼ିଛି ଯେ, ନାନପୁର ବିରୂପା ନଦୀ ପୋଲ ନିକଟରେ ଆଦିବାସୀ ସମ୍ପ୍ରଦାୟର ଜଣେ ଲୋକ ପରିବାର ସହ ରହିଆସୁଛନ୍ତି। ସେ ଅତ୍ୟନ୍ତ ଗରିବ ହୋଇଥିବାରୁ ଏହାର ସୁଯୋଗରେ କୁସୁପୁର ଗ୍ରାମର ଜଣେ ବ୍ୟକ୍ତି ପ୍ରଲୋଭନ ଦେଖାଇ ତାଙ୍କ ନାବାଳିକା ଝିଅକୁ ଭୁବନେଶ୍ୱରଠାରେ ଜଣେ ସରକାରୀ ବାବୁଙ୍କ ବାସଗୃହରେ କାର୍ଯ୍ୟ କରିବା ପାଇଁ ଛାଡ଼ିଥିଲେ। ୨/୩ ବର୍ଷ ହେବ ନାବାଳିକା ସେହି ବାବୁଙ୍କ ଘରେ ରହି କାମ କରି ପାରିଶ୍ରମିକ ବାବଦକୁ ମାସିକ ୩ ହଜାର ଟଙ୍କା ପାଆନ୍ତି। ତେବେ ଉକ୍ତ ବାବୁଙ୍କ ବାସଭବନରେ ତାଙ୍କର ୮୦ ବର୍ଷର ବୃଦ୍ଧ ଶ୍ୱଶୁର ନାବାଳିକାଙ୍କୁ ବଳାତ୍କାର କରିଥିବା ପୀଡ଼ିତାଙ୍କ ମା’ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି। ୫ ମାସ ପୂର୍ବରୁ ଏହି ଘଟଣା ଘଟିଥିଲା। ଗତ ଦୁର୍ଗାପୂଜା ପୂର୍ବରୁ ନାବାଳିକା ଗ୍ରାମକୁ ବୁଲିବା ପାଇଁ ଆସିଥିଲେ। ତାଙ୍କ ମା’ ସନ୍ଦେହ କରି ଘଟଣା ସମ୍ପର୍କରେ ଝିଅଠାରୁ ସବୁକଥା ପଚାରି ବୁଝିଥିଲେ। ଏବେ ଘଟଣାଟି ପ୍ରଘଟ ହେବା ପରେ ୨ଦିନ ହେବ ଏକ ‘ଅଡି’ କାର୍‌ ପୀଡ଼ିତାଙ୍କ ଘର ଚାରିକଡ଼େ ଚକ୍କର କାଟୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ବାବୁ ଜଣକ ବଡ଼ ଅଫିସର ହୋଇଥିବାରୁ ସେ ଲୋକ ପଠାଇ ସେମାନଙ୍କୁ ଧମକଚମକ ଦେଉଥିବା ନାବାଳିକାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବାଲିଚନ୍ଦ୍ରପୁର ଥାନାଧିକାରୀ ସୁକାନ୍ତ କୁମାର ପାତ୍ର କହନ୍ତି, ନାବାଳିକା ମା’ଙ୍କ ଅଭିଯୋଗ ଅନୁଯାୟୀ ଆଇପିସି ଦଫା ୩୭୬, ୩୧ ଆର, ୩୨ ବି, ପୋକ୍‌ସୋ ଆକ୍ଟ ୬ ରେ ମାମଲା (ନଂ. ୩୦୬/୨୦) ରୁଜୁ କରାଯାଇଛି। ଉପରିସ୍ଥ ଅଧିକାରୀଙ୍କ ପରାମର୍ଶ ନିଆଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବ ପାଇଁ ସଜବାଜ: ନୂତନ କମିଟି ଚୟନ ପାଇଁ ନିଷ୍ପତି

ଦାରିଙ୍ଗବାଡି,୨୩୧୨( ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିରେ ୨୦୨୫ ଶୀତ ମହୋତ୍ସବ ପାଳନ କରାଯିବା ପାଇଁ ସୋମବାର ଶୀତ ମହୋତ୍ସବ ପାଳନ କମିଟିର ସମ୍ପାଦକ ତଥା ବିଡ଼ିଓ...

ବନ ବିଭାଗର ବଡ଼ ଧରଣର ଚଢ଼ାଉ: ଧରାପଡ଼ିଲେ ବାଘ ଛାଲ ରାକେଟ୍‌

ଭୁବନେଶ୍ୱର,୨୩।୧୨: ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲାରେ ସୋମବାର ବନ ବିଭାଗ ଏବଂ ସ୍ପେଶାଲ ସ୍କ୍ବାଡ୍‌ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ...

ପ୍ରଥମଥର ଦାରିଙ୍ଗବାଡି ବୁଲିଲେ ଗଣଶିକ୍ଷା ମନ୍ତ୍ରୀ: ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି,୨୩।୧୨( ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ଦିନିକିଆ ଗସ୍ତରେ ସୋମବାର ଓଡିଶା ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ତଥା ଅନୁସୂଚିତ ଜାତି ଜନଜାତି ଉନ୍ନୟନ ସଂଖ୍ୟା...

ଉଜୁଡା ଫସଲ ଦେଖି ଧାନ କ୍ଷେତରେ ଟଳିପଡିଲେ ଚାଷୀ

ସାକ୍ଷୀଗୋପାଳ, ୨୩।୧୨(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଅଦିନିଆ ବର୍ଷା ପାଣିରେ ଧାନ ଫସଲ ପଡିଥିବା ଦେଖି ଜଣେ ଚାଷୀ ସୋମବାର ଧାନ କ୍ଷେତରେ ଟଳି ପଡ଼ିଛନ୍ତି।...

ଥାନା ଅଞ୍ଚଳରେ ସିରିଜ ଚୋରି: ବଢିଲା ପୋଲିସର ମୁଣ୍ଡବ୍ୟଥା

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଇଲାକାରେ ସିରିଜ ଚୋରି ପୋଲିସର ମୁଣ୍ଡବ୍ୟଥା ବଢାଇ ଦେଇଛି। ଦୁର୍ବୃତ୍ତମାନେ ଲଗାଣ ବର୍ଷା ଓ ଶୀତ ରାତିର ସୁଯୋଗ...

ଜିନ୍ନତକୁ ଟ୍ରାଙ୍କୁଲାଇଜ ପାଇଁ ଚାଲିଛି ଉଦ୍ୟମ

ଭୁବନେଶ୍ୱର,୨୩।୧୨: ଶିମିଳିପାଳରୁ ଖସି ପଳାଇଥିବା ବାଘୁଣୀ ଜିନ୍ନତକୁ ଓଡ଼ିଶା ଫେରାଇ ଆଣିବାକୁ ବନ ବିଭାଗ କସରତ ଆରମ୍ଭ କରିଦେଇଛି। ବାଘୁଣୀ ଜିନ୍ନତ ଏବେ ପଶ୍ଚିମବଙ୍ଗ ପୁରୁଲିଆରେ...

ଖବରକାଗଜ ବିତରକଙ୍କ ଉପରକୁ ଡେଇଁଲା ମାଙ୍କଡ଼: ଆଉ ତା’ପରେ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ସଦରମହାକୁମା ଛତ୍ରପୁରରେ ମାଙ୍କଡ଼ ମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ଜଣେ ଖବରକାଗଜ ବିତରକ ଏହାର ଏହାର ଶିକାର ହୋଇଛନ୍ତି।...

ଏଫଏକ୍ୟୁ ମାନ କୋହଳ ପାଇଁ ଉଠିଲା ଦାବି

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ଲଗାଣ ବର୍ଷା ହେତୁ ଖରିଫ ଧାନ ଫସଲ କ୍ଷୟକ୍ଷତିର ଭରଣା, ଧାନର ଏଫଏକ୍ୟୁ ମାନ କୋହଳ, ଟୋକେନ ଅବଧି ବର୍ଦ୍ଧିତ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri