ଜଙ୍ଗଲରେ ନାବାଳିକାଙ୍କୁ ବଳାତ୍କାର

ସୁନ୍ଦରଗଡ଼,୧୧ା୩(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲା ଥାନା ଅନ୍ତର୍ଗତ ଦାଣ୍ଡପାନି ନୁଆଡିହି ଗ୍ରାମରେ ଜଣେ ନାବାଳିକା ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ନାବାଳିକା ଗାଁ ନିକଟ ଜଙ୍ଗଲକୁ ଜାଳେଣି ସଂଗ୍ରହ ପାଇଁ ଯାଇଥିଲେ। ଏହି ସମୟରେ ତାଙ୍କୁ ଅଭିଯୁକ୍ତ ବଳତ୍କାର କରିଥିଲେ। ପୀଡିତା ଏହି ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଏ ନେଇ ପରିବାର ସହ ଆସି ନାବାଳିକା ଜଣକ ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ନାବାଳିକାଙ୍କ ଡାକରୀମାଇନା କରିଛି। ଏହି ଘଟଣାରେ ପୋଲିସ ସେହି ଗ୍ରାମର ଅନୀଲ ତିର୍କୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।