ଛତ୍ରପୁର,୨୧।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଆର୍ଯ୍ୟପଲି ମେରାଇନ ଥାନା ଅଞ୍ଚଳରେ ମେ ୨୦ ତାରିଖରେ ଜଣେ ନାବାଳିକାଙ୍କୁ ତାଙ୍କ ପଡୋଶୀ ବଳାତ୍କାର କରିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଏ ନେଇ ପୀଡ଼ିତା ଙ୍କ ମା’ଙ୍କ ପକ୍ଷରୁ ୨୪ ତାରିଖରେ ଆର୍ଯ୍ୟପଲି ମେରାଇନ ଥାନାରେ ଏତଲା ଦିଆଯାଇଥିଲା। ଏହାକୁ ଭିତ୍ତି କରି ମେରାଇନ ଥାନା ପୋଲିସ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାକୁ ମାସେ ବିତି ଥିବା ବେଳେ ଘଟଣାରେ ସମ୍ପୃକ୍ତଙ୍କୁ ପୋଲିସ ଗିରଫ କରି ନାହିଁ। ଗତ ୧୫ ଦିନ ପୂର୍ବେ ପୀଡିତାଙ୍କ ମା’ ବାପା ନ୍ୟାୟ ପାଇଁ ଗଞ୍ଜାମ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଏଯାବତ୍ କୌଣସି ପଦକ୍ଷେପ ନିଆଯାଇଥିବାରୁ ପୁଣି ଏସ୍ପିଙ୍କୁ ଭେଟିବାକୁ ମଙ୍ଗଳବାର ସେମାନେ ଆସିଥିଲେ। ଏସ୍ପି ନ ଥିବା ବେଳେ ଅଧସ୍ଥନ ଅଧିକାରୀଙ୍କୁ ଭେଟିଥିଲେ।