ଯାତ୍ରୀଙ୍କ ଆଗରେ ମହିଳାଙ୍କୁ ବଳାତ୍କାର

ଓ୍ବାଶିଂଟନ,୧୭।୧୦: ଆମେରିକାର ଦକ୍ଷିଣପୂର୍ବ ପେନ୍‌ସିଲଭାନିଆ ପରିବହନ କର୍ତ୍ତୃପକ୍ଷ (ଏସ୍‌ଇପିଟିଏ)ଙ୍କ ଦ୍ୱାରା ମାର୍କେଟ ଓ ଫ୍ରାଙ୍କଫୋର୍ଡ ମଧ୍ୟରେ ଚଳାଚଳ କରୁଥିବା ଏକ ଟ୍ରେନ୍‌ରେ ଯାତ୍ରୀଙ୍କ ସମ୍ମୁଖରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଛି। ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ ୩୫ ବର୍ଷୀୟ ଫିଷ୍ଟନ୍‌ ନଗୟଙ୍କୁ ୬୯ତମ ଷ୍ଟ୍ରିଟ୍‌ ଟ୍ରାନ୍ସପୋର୍ଟ ସେଣ୍ଟରରୁ ଗିରଫ କରାଯାଇଛି। ବୁଧବାର ରାତିରେ ଏହି ବଳାତ୍କାର ଘଟିଥିଲା। ଏସ୍‌ଇପିଟିଏ କର୍ମଚାରୀ ଏନେଇ ପୋଲିସକୁ ଜଣାଇଥିଲେ। ସର୍ଭିଲାନ୍ସ ଭିଡିଓରୁ ପୋଲିସ ଘଟଣା ସମ୍ପର୍କରେ ଜାଣିବା ସହ ବଳାତ୍କାରୀଙ୍କୁ ଚିହ୍ନଟ କରିଥିଲା।

Share