ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର

ଝାରସୁଗୁଡ଼ା ଅଫିସ,୧୨ା୨: ଝାରସୁଗୁଡ଼ା ଜିଲା ଲଇକେରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଲଖନପୁର ଥାନା ଜୟବୁଡିଆ ଗ୍ରାମର ନରେଶ କିଷାନ।

ଅଭିଯୋଗ ମୁତାବକ ନରେଶ ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ ପରେ ସେ ଯୁବତୀଙ୍କୁ ବିବାହ ପାଇଁ ମନାକରି ଅନ୍ୟତ୍ର ବିବାହ କରିବାକୁ ପ୍ରୟାସ ଚଳାଇଥିଲେ। ଏ ସମ୍ପର୍କରେ ଜାଣିବା ପରେ ଯୁବତୀ ଜଣକ ଲଖନପୁର ଥାନାରେ ଅଭିଯୋଗ କରିଥିଲେ। ଲଖନପୁର ଥାନା ପୋଲିସ ଏକ ମାମଲା(ନଂ.୪୦/୨୨) ରୁଜୁ କରି ଉଭୟଙ୍କ ଡାକ୍ତରୀ ମାଇନା କରାଇଛି। ଶନିବାର ନରେଶଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।