ଆର.ଉଦୟଗିରି,୧୩।୧୧(ଡି.ଏନ.ଏ.): ଗଜପତି ଜିଲା ଅଡବା ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଅଡ଼ବା ସରପଞ୍ଚଙ୍କ ସ୍ବାମୀ ମାନସ ମଣ୍ଡଳଙ୍କୁ ରବିବାର ପୋଲିସ ଗିରଫ କରିଛି ।
ନାବାଳିକା ବାପାଙ୍କ ଅଭିଯୋଗ ପ୍ରକାରେ, ଗ୍ରାମର ସରପଞ୍ଚଙ୍କ ସ୍ବାମୀ ନାବାଳିକାଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ବିଭିନ୍ନ ସମୟରେ ନାବାଳିକାଙ୍କୁ ବଳାତ୍କାର କରୁଥିଲେ। ସେ ଗର୍ଭବତୀ ଥିବା ଜଣାପଡ଼ିବା ପରେ ଥାନାରେ ଅଭିଯୋଗ ହୋଇଥିଲା। ମୋହନା ଚାଇଲଡ୍ଡ ଲାଇନ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରଥିଲା। ଏ ନେଇ ପୋଲିସ ନଂ. ୧୩୮/୨୨ରେ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ବେଳେ ଫେରାର ମାନସଙ୍କୁ ପୋଲିସ ଗିରଫ କରିଛି।