କଲେଜ ଛାତ୍ରୀଙ୍କୁ ବଳାତ୍କାର

ରେଢ଼ାଖୋଲ,୩୧ା୭(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ ଚାରମାଳ ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଚାରମାଳ ପୋଲିସ ଏକ ମାମଲା (ନଂ.୧୦୦/୨୧) ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ବସନ୍ତ କୁମାର ଦଳାଇ କହିଛନ୍ତି। ପୀଡିତା ଛାତ୍ରୀଙ୍କ ଡାକ୍ତରୀ ମାଇନା କରାଯାଇଛି।

ଛାତ୍ରୀ ଜଣକ ଚାରମାଳ ଥାନା ଅଞ୍ଚଳର ଏକ କଲେଜରେ +୨ ଦ୍ବିତୀୟ ବର୍ଷରେ ପଢନ୍ତି। ଗତ ୨୮ ତାରିଖରେ ସେ କ୍ଲାସ ସାରି ଗାଁକୁ ଫେରୁଥିବା ବେଳେ ବର୍ଷା ହୋଇଥିଲା। ଫଳରେ ସେ ଏକ ଗଛ ମୂଳେ ସାଇକେଲ ରଖି ଅଟକିଥିଲେ। ଏହି ସମୟରେ ଚାରମାଳ ଥାନା ଅନ୍ତର୍ଗତ ପଟୁପାଳ ଗ୍ରାମର ଜଣେ ଯୁବକ ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ଟେକିନେଇ ବଳାତ୍କାର କରିଥିଲେ। ଏନେଇ ଛାତ୍ରୀଙ୍କ ବାପା ଥାନାରେ ଶନିବାର ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ନ ଥିବା ଜଣାପଡିଛି।

Share