Advertisement

ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର: ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲଦଣ୍ଡ

ଫୁଲବାଣୀ,୨୯।୧(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ଜିଲା ଦୌରାଜଜ୍‌ ସତ୍ୟପୀର ମିଶ୍ର ସୋମବାର ଏକ ଗଣବଳାତ୍କାର ମାମଲାର ବିଚାର କରି ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏ ଜେଲଦଣ୍ଡ ଶୁଣାଇଛନ୍ତି ା ଏଥିସହ ପ୍ରତ୍ୟେକଙ୍କୁ ୫୦ ହଜାର ଲେଖାଏ ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଉଭୟଙ୍କୁ ଅଧିକ ଦୁଇ ବର୍ଷ ଲେଖାଏ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ଅଭିଯୁକ୍ତ ଦ୍ୱୟ ହେଲେ ଫୁଲବାଣୀ ହାଟପଦା କାଚରା ସାହିର ଜନ୍ମେଜୟ ପୋଢ(ମଣ୍ଟୁ) ଓ ଶଗଡିଆ ସାହିର ତ୍ରିଲୋଚନ ନାୟକ (ଚିକୁନ)।

୨୦୨୧ରେ ଜନ୍ମେଜୟ ଓ ତ୍ରିଲୋଚନ ପିଇବା ପାଣି ଜାର ନେଇ ବିଭିନ୍ନ ଗ୍ରାମରେ ବିକ୍ରି କରୁଥିଲେ। ଘଟଣା ଦିନ ସେମାନେ ପୀଡିତାଙ୍କ ଗ୍ରାମକୁ ଯାଇଥିଲେ ା ଘରେ କେହି ନ ଥିବାର ସୁଯୋଗ ନେଇ ସମ୍ପୃକ୍ତା ଦିବ୍ୟାଙ୍ଗ ଯୁବତୀଙ୍କୁ ପାଣି ପିଇବାକୁ ମାଗିଥିଲେ ା ଏହାପରେ ଘର ଭିତରକୁ ଯାଇ ତାଙ୍କୁ ବଳାକତ୍ାର କରିଥିଲେ। କିଛି ସମୟ ପରେ ଯୁବତୀଙ୍କ ମା’ ଘରକୁ ଫେରିବା ପରେ ସେ ତାଙ୍କ ଆଗରେ ସବୁକଥା କହିଥିଲେ। ଏ ନେଇ ପରିବାର ପକ୍ଷରୁ ଖଜୁରିପଡ଼ା ଥାନାରେ ଏତଲା ଦିଆଯାଇଥିଲା। ଏନେଇ ପୋଲିସ ଏକ ମାମାଲା(ନଂ.୪୨/୨୧) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୌମେନ୍ଦ୍ର ସାହୁ ମାମଲା ପରିଚାଳନା କରୁଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share