ସ୍ବାମୀ ପରିତ୍ୟକ୍ତାଙ୍କୁ ବଳାତ୍କାର

ଭଦ୍ରକ ଅଫିସ, ୯ା୫: ଭଦ୍ରକ ଜିଲା ତିହିଡ଼ି ଥାନା ଦୋଳସାହି ଅଞ୍ଚଳରେ ଜଣେ ସ୍ବାମୀ ପରିତ୍ୟକ୍ତାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାର ୪ ଦିନ ପରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ତିହିଡ଼ି ଥାନା ପୋଲିସ ଏକ ମାମଲା (ନଂ. ୧୯୮/୨୧) ରୁଜୁ କରିଛି। ପୋଲିସ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଇଛି। ଇତି ମଧ୍ୟରେ ମାମଲା ରୁଜୁ ହେବାର ଏକ ସପ୍ତାହ ବିତିଗଲାଣି। ହେଲେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ପାରିନାହିଁ। ସୂଚନା ମୁତାବକ, ପୀଡ଼ିତା ଜଣେ ସ୍ବାମୀ ପରିତ୍ୟକ୍ତା। ସେ ମା’ଙ୍କ ସହ ରୁହନ୍ତି। ଗତ ୨୯ ତାରିଖରେ ମହିଳା ଜଣକ ଜଣେ ବ୍ୟକ୍ତିଙ୍କ ଘରକୁ ଯାଉଥିଲେ। ବାଟରେ ଜଣେ ଯୁବକ ତାଙ୍କୁ ବଳପୂର୍ବକ ଟେକି ନେଇଥିଲେ। ପରେ ପୀଡିତାଙ୍କୁ ନିସ୍ତୁକ ମାଡ଼ ମାରି ବଳାତ୍କାର କରିଥିଲେ। ଏନେଇ ଥାନା ଅଧିକାରୀ ରମେଶ ଚନ୍ଦ୍ର ସିଂଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଥିବା କହିଥିଲେ।

Share