Categories: ଜାତୀୟ

ହୋଟେଲରେ ମହିଳା ପର୍ଯ୍ୟଟକଙ୍କୁ ବଳାତ୍କାର

ପଣଜୀ,୨୫।୮: ହୋଟେଲରେ ଜଣେ ମହିଳା ପର୍ଯ୍ୟଟକଙ୍କୁ ବଳାତ୍କାର ଅଭିଯୋଗରେ ଗୋଆ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଗୁଜରାଟର ଲକ୍ଷ୍ମଣ ଶିଆର ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଗୋଆ ଡିଏସ୍‌ପି ଜିଭା ଡଲଭି କହିଛନ୍ତି, ମହିଳା ଏବଂ ଅଭିଯୁକ୍ତ ଜଣଙ୍କ ମଧ୍ୟରେ ପୂର୍ବରୁ ବିମାନ ଯାତ୍ରାବେଳେ ସାକ୍ଷାତ ହୋଇଥିଲା। ଇତିମଧ୍ୟରେ ସେମାନେ ଫୋନ୍‌ ନମ୍ବର ଦେବାନେବା ହୋଇଥିଲେ। ସେମାନେ ଗୋଆରେ ପହଞ୍ଚିବା ପରେ ଅଲଗା ହୋଟେଲରେ ରହିଥିଲେ। ହେଲେ ଅଗଷ୍ଟ ୨୩ରେ ଅଭିଯୁକ୍ତ ଲକ୍ଷ୍ମଣ ମହିଳାଙ୍କୁ ଫୋନ୍‌ କରି ଡାକିଥିଲେ। ଏପରିକି ସେ ରହୁଥିବା ହୋଟେଲକୁ ଯିବାକୁ ଅନୁରୋଧ କରିଥିଲେ। ପରେ ମହିଳା ଜଣକ ଅଭିଯୁକ୍ତ ରହୁଥିବା ହୋଟେଲକୁ ଯାଇଥିଲେ। ସେଠାରେ ମହିଳାଙ୍କୁ ଲକ୍ଷ୍ମଣ ବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ ଜଣାଇଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ମହିଳାଙ୍କୁ ଧମକ ଦିଆଯାଇଥିବା ଡିଏସ୍‌ପି ସୂଚନା ଦେଇଛନ୍ତି। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଗୋଆ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

Share