ହିନ୍ଦୁ ମହିଳାଙ୍କୁ ଗଣବଳାତ୍କାର

ଇସ୍‌ଲାମାବାଦ୍‌, ୨୪।୧: ପାକିସ୍ତାନର ସିନ୍ଧ ପ୍ରଦେଶରେ ଜଣେ ହିନ୍ଦୁ ମହିଳାଙ୍କୁ ପ୍ରଥମେ ଅପହରଣ ଓ ପରେ ଗଣବଳାତ୍କାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ପୀଡ଼ିତାଜଣକ ଏ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପାକିସ୍ତାନ ଉପମାର୍କେଟ ଜିଲା ସମାରୋ ଟାଉନ୍‌ରେ ୩ ଯୁବକ ଇବ୍ରିହିମ୍‌ ମାଙ୍ଗୋରିଓ, ପୁନହୋ ମାଙ୍ଗୋରିଓ ଓ ସେମାନଙ୍କର ଜଣେ ବନ୍ଧୁ ମହିଳାଙ୍କୁ ଗଣବଳାତ୍କାର କରିଥିବା ଭିଡିଓରେ ପୀଡ଼ିତା କହିଛନ୍ତି। ସିନ୍ଧ ପ୍ରଦେଶରୁ ଅଭିଯୁକ୍ତମାନେ ତାଙ୍କୁ ଅପହରଣ କରି ଧର୍ମପରିବର୍ତ୍ତନ ପାଇଁ କହିଥିଲେ। ହେଲେ ପୀଡ଼ିତା ସେମାନଙ୍କ କଥାରେ ରାଜି ନ ହେବାରୁ ୩ ଦିନ ଧରି ତାଙ୍କୁ ବଳାତ୍କାର କରାଯାଇଥିଲା। କିନ୍ତୁ କୌଶଳବଶତଃ ମହିଳା ଜଣକ ଅଭିଯୁକ୍ତଙ୍କ କବଳରୁ ଖସି ପଳାଇ ଆସିଥିବା ଭିଡିଓରେ ପ୍ରକାଶ କରିଛନ୍ତି। ତେବେ ଏ ନେଇ ସ୍ଥାନୀୟ ପୋଲିସ ଅଭିଯୋଗ ଦାଏର କରି ନ ଥିବା ସ୍ଥାନୀୟ ହିନ୍ଦୁ ସଙ୍ଗଠନର ସଦସ୍ୟ କହିଛନ୍ତି। ପାକିସ୍ତାନରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଅତ୍ୟାଚାର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବିଶେଷ କରି ଧର୍ମ ପରିବର୍ତ୍ତନ ଓ ବଳାତ୍କାର ଘଟଣା ଅଧିକ ଘଟିବାରେ ଲାଗିଛି।

Share